
ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସନ୍ଦେଶ!
By -SUBHASMITA Aug 15 2025
ନୂଆଦିଲ୍ଲୀ, 15 ଅଗଷ୍ଟ 2025 – ୭୯ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଜାତିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଧମକ ବିରୋଧରେ ସପ୍ଷ୍ଟ ଓ ଦୃଢ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଆଉ କୌଣସି ପରମାଣୁ ଧମକକୁ ସହିବ ନାହିଁ, ଶତ୍ରୁଙ୍କୁ ଯଥାଯଥ ଜବାବ ମିଳିବ।”
‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମ
ପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ ଯବାନମାନଙ୍କୁ ସମ୍ମାନ ଜଣାଇ କହିଛନ୍ତି, “ଆମର ସାହସୀ ସେନାମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଛନ୍ତି।” ସେ ଏହାକୁ ଭାରତର ସୁରକ୍ଷା ସଙ୍କଳ୍ପର ସ୍ପଷ୍ଟ ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି।
୧୯୪୭ରୁ ସମ୍ବିଧାନର ପଥ
ପ୍ରଧାନମନ୍ତ୍ରୀ ୧୯୪୭ର ସ୍ମୃତିକୁ ସ୍ମରଣ କରି କହିଛନ୍ତି, “ସ୍ୱାଧୀନତା ସମୟରେ ଭାରତରେ ଅସୀମ ସମ୍ଭାବନା ଓ ବାହୁବଳ ଥିଲା, କିନ୍ତୁ ଚ୍ୟାଲେଞ୍ଜ ଅଧିକ ଥିଲା।” ସେ ଅଧିକ କହିଛନ୍ତି, “ଗତ ୭୫ ବର୍ଷ ଧରି ସମ୍ବିଧାନ ଏକ ଆଲୋକମାଳ ହୋଇ ଆମକୁ ପଥ ଦେଖାଇଛି।”
ପ୍ରାକୃତିକ ବିପର୍ୟୟ ପ୍ରସଙ୍ଗ
ଗତ କିଛି ଦିନରେ ହୋଇଥିବା ଭୂସ୍ଖଳନ, ବାଦଲଫଟା ବର୍ଷା ଓ ବନ୍ୟାର ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ପୀଡିତ ପରିବାରମାନଙ୍କ ପ୍ରତି ସମବେଦନା ଜଣାଇ ସେ କହିଛନ୍ତି, “ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟରେ ମିଳିତ ଭାବେ କାମ କରୁଛନ୍ତି।”
ସାରା ଦେଶରେ ଉତ୍ସବର ମହଲ
ସ୍ୱାଧୀନତା ଦିବସ ପାଳନକୁ ଦୃଷ୍ଟିରେ ରଖି ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଦିଲ୍ଲୀରେ ସୁରକ୍ଷା ବାହିନୀ ସଜାଗ, ପ୍ରତ୍ୟେକ ଘରେ ତ୍ରିରଙ୍ଗାର ପତାକା ଉଡ଼ୁଛି !