By – SUBHASMITA ସେପ୍ଟେମ୍ବର 22 2025
ଭୁବନେଶ୍ୱର: ଦେଶରେ ଆଜିଠୁ ନୂଆ GST ସ୍ଲାବ୍ କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଏହାର ଘୋଷଣା କରିଥିଲେ । ଏହା ଅନୁଯାୟୀ ବର୍ତ୍ତମାନ କେବଳ ୫% ଓ ୧୮% GST ଲାଗୁ ହେବା ସହିତ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% GST ରହିବ ।
କାର ଦରରେ ବଡ଼ ପରିବର୍ତ୍ତନ:
ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା, ହୁଣ୍ଡାଇ, ହୋଣ୍ଡା, ରୟାଲ ଏନଫିଲ୍ଡ ସହିତ ସମସ୍ତ ଅଟୋମୋବାଇଲ କମ୍ପାନୀ ତାଙ୍କର ନୂଆ ମୂଲ୍ୟ ଘୋଷଣା କରିଛନ୍ତି ।
ଏବେ କାରର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୩.୫୦ ଲକ୍ଷ ଟଙ୍କା ।
ମାରୁତି S-Presso ୩.୪୯ ଲକ୍ଷରୁ ଆରମ୍ଭ ।
ଟାଟା Tiago ୪.୫୭ ଲକ୍ଷରୁ, Nexon ୧.୫୫ ଲକ୍ଷ କମିଛି ।
ମହିନ୍ଦ୍ରା Tharର ଦର ୧.୩୫ ଲକ୍ଷ ହ୍ରାସ, ବର୍ତ୍ତମାନ ୧୦.୩୨ ଲକ୍ଷରୁ ଆରମ୍ଭ ।
ବାଇକ୍ ଦରରେ ଭାରି ଛାଡ଼:
ହିରୋ HF ଡିଲକ୍ସ ୫୪,୯୩୩ରୁ ଆରମ୍ଭ (ପୂର୍ବରୁ ୬୦,୭୩୮) ।
ସ୍ପେଣ୍ଡର ପ୍ଲସ ୬,୮୨୦ ହ୍ରାସ ପାଇ ୭୩,୩୪୬ ହୋଇଛି ।
ବାଜାଜ CT 110X ୬,୫୦୦ କମିଛି, ପଲସର୍ ୧୨୫ରେ ପ୍ରାୟ ୮,୦୦୦ ରିହାତି
ଯାମାହା R15ର ମୂଲ୍ୟ ୧୫,୭୬୧ ହ୍ରାସ, Ray ZR ସ୍କୁଟର ୭,୭୫୯ କମିଛି ।
ଗ୍ରାହକମାନଙ୍କ ପାଇଁ ଲାଭ:
ପୂର୍ବରୁ ଯେଉଁ ବାଇକ୍ ୭୦-୭୫ ହଜାରରୁ ବିକ୍ରି ହେଉଥିଲା, ସେଥିରେ ବର୍ତ୍ତମାନ ୫୫ ହଜାରରୁ ବାଇକ୍ ମିଳୁଛି । ସେହିପରି, ଛୋଟ କାର ୩.୫୦ ଲକ୍ଷରୁ ଉପଲବ୍ଧ ହେବାରୁ ମଧ୍ୟମବର୍ଗୀୟ ପରିବାରମାନେ ବହୁତ ଲାଭ ପାଇବେ ।
Socialtalknews