ନୂଆ ରୂପରେ ଆସୁଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ :

Talk Always Truth

କମିଟି କରିବ ଅନୁଧ୍ୟାନ
By – subhasmita Aug 14 2025
ଭୁବନେଶ୍ବର୧୪.୦୮.୨୫ ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନୂଆ ଡିଜାଇନ୍‌ରେ ଗଢ଼ାଯିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର l ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଦେଇ କହିଛନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ରୂପେ ପଠାଯିବ ଏବଂ ଏହାପରେ ପ୍ରକଳ୍ପ ନିମନ୍ତେ ଏକ ନୂଆ କମିଟି ଗଠନ ହେବା ସହ ସେମାନେ ଅନ୍ୟ ରାଜ୍ୟରେ ଚାଲୁଥିବା ମେଟ୍ରୋ ପ୍ରଣାଳୀକୁ ଅଧ୍ୟୟନ କରିବେ l
ମନ୍ତ୍ରୀସ୍ତରୀୟ ସବ୍‌ କମିଟିର ଦ୍ୱିତୀୟ ବୈଠକରେ ‘କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍’ ପ୍ରସ୍ତୁତ ହୋଇଛି । କେଉଁ ଲାଇନରେ ରେଳ ଚାଲିବ, କେଉଁ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ହେବ ଇତ୍ୟାଦି ପ୍ରସଙ୍ଗରେ ଟେକ୍ନିକାଲ କମିଟି ରିପୋର୍ଟ ଦେବ l ଏଥିସହ ସାଧାରଣ ଲୋକଙ୍କର ମତାମତ ମଧ୍ୟ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୁଚନା ମିଳିଛି l


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page