socialtalknews

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଜରୁରୀକାଳୀନ ନମ୍ବର ୧୧୨ରେ ମନ୍ତ୍ରୀଙ୍କ ବାସଭବନରେ ବୋମାମାଡ଼ କରାଯିବ ବୋଲି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧମକ ଦେବା ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ ଠାବ କରିଥିଲା।
ନାଗପୁରର ସକରଦାରା ଅଞ୍ଚଳର ତୁଳସୀ ବାଗ ରୋଡରେ ରହୁଥିବା ଉମେଶ ବିଷ୍ଣୁ ରାଉତଙ୍କ ନାମରେ ଉକ୍ତ ଫୋନ୍‌ ନମ୍ବର ରହିଥିବା ଜଣାପଡ଼ିଥିଲା। ମୋବାଇଲ ଲୋକେସନ୍ ଏବଂ ଅନ୍ୟ ପ୍ରମାଣ ଆଧାର‌ରେ ପୁଲିସ ରାଉତଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ପ୍ରଥମେ ତାଙ୍କୁ ହେପାଜତକୁ ନିଆଯାଇଥିଲା ଏବଂ ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ତାଙ୍କ ନିକଟରୁ କୌଣସି ବିସ୍ଫୋରକ ମିଳିନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି।

Share the Post:

Related Posts

ବର୍ବରତା ଶେଷ ସୀମା :

କୁଆମରା : ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଜଣେ ଆଦିବାସୀ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛି। ପୃଥକ୍‌

Read More

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆରେ ନାମଫଳକ ପ୍ରସ. ନଗନ ଉନ୍ନୟନ ପ୍ରମୁଖ ସଚିବ ଦେଲେ ନିର୍ଦ୍ଦେଶ, ଓଡ଼ିଆରେ ନାମଫଳକ ନଲେଖିଲେ ନିୟାଯିବ କାର୍ଯ୍ୟାନୁଷ୍ଠାନ !ମୁଖ୍ୟ ସଚିବଙ୍କ ପରେ ନଗର

Read More