ନିଜ ବିଫଳତାକୁ ସ୍ୱୀକାର କଲେ ରାହୁଲ୍‌ ||

ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌: ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌
ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ , କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା!
ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍‌ ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍‌ ,ନୂଆଦିଲ୍ଲୀକଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଭୁଲ୍‌ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଁ ନିଜକୁ ମୂଲ୍ୟାଙ୍କନ କରେ, ମୁଁ ଜାଣିପାରେ ଯେ କେଉଁଠି ମୁଁ ଭଲ କାମ କରିଛି ଏବଂ କେଉଁଠି ମୋର ଅଭାବ ଅଛି। ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ପ୍ରସଙ୍ଗ ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ବି ମୋତେ ଭଲ ନମ୍ବର ମିଳିବା ଉଚିତ। କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା। ସେ ସ୍ୱୀକାର କରିଛନ୍ତି ଓବିସିଙ୍କ ପାଇଁ ସେ କିଛି କରିନାହାନ୍ତି ବୋଲି। ପୂର୍ବରୁ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା ଏବଂ ଏବେ ଏହାକୁ ସେ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଓବିସି ସମ୍ପ୍ରଦାୟ ପାଇଁ ଆୟୋଜିତ ‘ଭାଗୀଦାରୀ ନ୍ୟାୟ ସମ୍ମିଳନୀ’ରେ ଭାଷଣ ଦେଇ ଲୋକସଭାର ବିରୋଧୀ ଦଳ ନେତା କହିଛନ୍ତି ଯେ ତେଲେଙ୍ଗାନାରେ ସମ୍ପ୍ରତି କରାଯାଇଥିବା ଜାତିଗତ ଜନଗଣନା କାର୍ଯ୍ୟ ସାରା ଦେଶରେ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିବ। ତାଙ୍କ ୨୧ ବର୍ଷର ରାଜନୈତିକ କ୍ୟାରିୟରକୁ ନେଇ ଗାନ୍ଧୀ କହିଛନ୍ତି ଯେ ସେ ଭୂମି ଅଧିଗ୍ରହଣ ବିଲ୍, ମନରେଗା, ଖାଦ୍ୟ ବିଲ୍ ଏବଂ ଆଦିବାସୀ ସମ୍ପ୍ରଦାୟର ଅଧିକାର ସମେତ ଅନେକ ପ୍ରସଙ୍ଗକୁ ନ୍ୟାୟ ଦେଇଛନ୍ତି। ମାତ୍ର ସେ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଦଳିତ ଏବଂ ଅନୁସୂଚିତ ଜନଜାତିଙ୍କ ସମସ୍ୟାଗୁଡ଼ିକୁ ସେ ସର୍ବଦା ବୁଝିଥିଲେ, କିନ୍ତୁ ଅତୀତରେ ସେ ଓବିସିଙ୍କ କଥା ଗଭୀର ଭାବରେ ବୁଝିନଥିଲେ ତେଣୁ

Leave a Reply

Your email address will not be published. Required fields are marked *

You cannot copy content of this page