ନଭେମ୍ବର 2025 ରେ ବଜାର ଘାଣ୍ଟୁଛି OnePlus, Realme, iQOO ଭଳି ବଡ଼ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ ଆସୁଛି :

By -SUBHASMITA 31 oct 2025
ଭୁବନେଶ୍ୱର :
ନଭେମ୍ବର ମାସ ଟେକ୍‌ ଲଭରମାନଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି। OnePlus, Realme, iQOO, OPPO, Motorola ଓ Lava ଭଳି ଶୀର୍ଷ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ଏହି ମାସରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛନ୍ତି। କିଛି flagship ଫୋନ ଥିଲେ, କିଛି budget segment ମଧ୍ୟରେ ଭଲ features ସହିତ ଆସୁଛି।
ନଭେମ୍ବରରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ ତାଲିକା ନିମ୍ନପରି —
5 ନଭେମ୍ବର — Moto G67 Power
Snapdragon 7s Gen 2 ଚିପସେଟ୍‌, 6.7” LCD ଡିସପ୍ଲେ ଓ 120Hz ରିଫ୍ରେସ୍ ରେଟ୍‌ ସହିତ।
13 ନଭେମ୍ବର — OnePlus 15
Snapdragon 8 Elite Gen 5 ଚିପସେଟ୍‌, 165Hz ଡିସପ୍ଲେ ଓ 50MP ଟ୍ରିପଲ୍‌ କ୍ୟାମେରା।
20 ନଭେମ୍ବର (ଅନୁମାନିତ) — Realme GT 8 Pro
Snapdragon 8 Elite Gen 5, HyperVision AI ଚିପ୍‌ ଓ 7000mAh ବ୍ୟାଟେରୀ।
ନଭେମ୍ବର (ସମ୍ଭାବ୍ୟ) — OPPO Find X9 Series
ColorOS 16 ସହିତ Android 16, Dimensity 9500 ପ୍ରୋସେସର ଓ Hasselblad କ୍ୟାମେରା।
26 ନଭେମ୍ବର — iQOO 15
Snapdragon 8 Elite Gen 5, Q3 ଗେମିଂ ପ୍ରୋସେସର ଓ 7000mAh ବ୍ୟାଟେରୀ ସହିତ ଗେମରମାନଙ୍କ ପାଇଁ ବିଶେଷ।
ନଭେମ୍ବର (ଶୀଘ୍ର) — Lava Agni 4
Dimensity 8350 ଚିପସେଟ୍‌, 6.7” FHD+ ଡିସପ୍ଲେ ଓ 7000mAh ବ୍ୟାଟେରୀ, ଦାମ ପ୍ରାୟ ₹25,000 ହେବ ବୋଲି ଆଶା।
ଏହି ମାସରେ ସବୁଠୁ ଅଧିକ ଆକର୍ଷଣ OnePlus 15 ଓ iQOO 15 ଉପରେ ରହିଛି, କାରଣ ଏହି ଦୁଇଟି flagship ଫୋନ ସବୁଠୁ ନୂଆ Snapdragon 8 Elite Gen 5 ଚିପସେଟ୍‌ ସହିତ ଆସୁଛି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page