ଦୁଷ୍କର୍ମ ମାମଲାରେ ଜେଲରେ ଥିବା ପରେ ବାହାରିଲେ କର୍ପୋରେଟର ଅମରେଶ ଜେନା, ସମର୍ଥକଙ୍କ ଭବ୍ୟ ସ୍ବାଗତ

By- SUBHASMITA Oct 24 2025
ଭୁବନେଶ୍ଵର: ଦୁଇ ମାସରୁ ଅଧିକ ସମୟ ଜେଲରେ ରହିବା ପରେ ଝାରପଡ଼ା କାରାଗାରରୁ ବାହାରିଲେ ଭୁବନେଶ୍ଵରର ବିଜେଡି କର୍ପୋରେଟର ଅମରେଶ ଜେନା। ଜେଲ ଦ୍ୱାରରୁ ବାହାରିବା ସହିତ ତାଙ୍କ ସମର୍ଥକମାନେ ପୁଷ୍ପ ମାଲ୍ୟ ଓ ଆଳତି ସହ ଭବ୍ୟ ସ୍ବାଗତ କରିଥିଲେ। ବାଜା ବଜାଇ ଓ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ “ଅମରେଶ ଜେନା ଜିନ୍ଦାବାଦ” ନାରା ଦେଇ ଅନେକ ଜଣେ ଉତ୍ସବ ମନାଇଥିଲେ।
ଜେଲରୁ ବାହାରିଲାପରେ ଅମରେଶ ଜେନା କହିଛନ୍ତି — “ଏହା ମୋ ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ରଚିତ ଷଡଯନ୍ତ୍ର। ମୋର ନ୍ୟାୟାଳୟ ଉପରେ ପୂର୍ଣ୍ଣ ଭରସା ଅଛି, ନିଶ୍ଚିତ ଭାବେ ମୁଁ ନ୍ୟାୟ ପାଇବି।”
ଅମରେଶ ଜେନାଙ୍କ ଉପରେ ଥିଲା ନାବାଳିକା ଦୁଷ୍କର୍ମ ଓ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗ। ଲକ୍ଷ୍ମୀସାଗର ଥାନାରେ ଏହି ମାମଲା ରେଜିଷ୍ଟର ହୋଇଥିଲା। ପୋଲିସ ତାଙ୍କୁ ବାଲେଶ୍ବର ଜିଲ୍ଲାର ନୀଳଗିରିରୁ ଗିରଫ କରିଥିଲା ଓ ପରେ ଭୁବନେଶ୍ଵର ଆଣି କୋର୍ଟରେ ଚାଲାଣ କରିଥିଲା।
ହାଇକୋର୍ଟ ଅକ୍ଟୋବର ୧୭ ତାରିଖରେ ତାଙ୍କୁ ୨୫ ହଜାର ଟଙ୍କା ଓ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ଦେଇଥିଲା। ସେହି ଆଦେଶ ଅନୁସାରେ ଅମରେଶ ଜେନା ଅବଶେଷରେ ଜେଲରୁ ବାହାରିଲେ।
ସେ ବାହାରିବା ସହିତ ତାଙ୍କ ଅଞ୍ଚଳରେ ରାଜନୈତିକ ତାପମାନ ଆଉଥରେ ବଢ଼ିଯାଇଛି।
Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page