ଦୁର୍ଘଟଣା ନେଲା ଯବାନଙ୍କ ଜୀବନ।

Talk Always Truth

ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତ
ଶ୍ରୀନଗର: ଦୁର୍ଘଟଣା ନେଲା ଯବାନଙ୍କ ଜୀବନ। ଅପରେସନ ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ଯମ। ଓଲଟିଲା ଯବାନମାନଙ୍କୁ ନେଇ ଆସୁଥିବା‌ ବସ୍‌। ସହିଦ୍ ହେଲେ ୩ଯବାନ। ଜମ୍ମୁ କଶ୍ମୀରର ଉଧମପୁରରେ ଘଟିଛି ଏହି ଦୁର୍ଘଟଣା। ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ସୈନିକଙ୍କ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ୩ଜଣ ସହିଦ୍ ହେବା ସହ ପ୍ରାୟ ୧୬ଜଣ ଆହତ ହୋଇଥିବା‌ ଜଣାଯାଇଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ଦେଇ ଉଧମପୁର ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟ କହିଛନ୍ତି ଯେ, “ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ଥିବା ବସନ୍ତଗଡ଼ ଅଞ୍ଚଳର କାଣ୍ଡୱା ନିକଟରେ ଏକ ସିଆରପିଏଫ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ଜଣ ସୈନିକଙ୍କ ଦେହାନ୍ତ ହୋଇଛି ଏବଂ ୧୬ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।”
କୁହାଯାଉଛି ଯେ, ଗୁରୁବାର ସକାଳ ପ୍ରାୟ ୧୦:୩୦ ସମୟରେ ବସନ୍ତଗଡ଼ରୁ ଯବାନମାନେ ଏକ ଅପରେସନରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିରେ ୨୩ ଜଣ କର୍ମଚାରୀ ଥିଲେ, ଯାହା ୧୮୭ ବାଟାଲିୟନର ଥିଲା।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page