ସ୍ୱଧୀନତାର ଏତେ ବର୍ଷ ପରେ ବି ଗାଁରେ ପହଂଚିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଜନ୍ମ ହେଲା ନବଜାତ ଶିଶୁ!
ରାସ୍ତା ନଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ୩ କିଲୋମିଟର ବାଟ ଖଟିଆରେ ବୋହି ଆଣିବା ପରେ ବାଟରେ ପ୍ରସବ କରିଛନ୍ତି ମହିଳା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିପାନି ଗାଁକୁ ଏବେ ବି ରାସ୍ତାଟିଏ ନାହିଁ । ଜଙ୍ଗଲିଆ ରାସ୍ତାରେ ଲୋକମାନେ ଯାତାୟତ କରନ୍ତି । ପ୍ରତିଦିନ ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କୁ ୩ କିଲୋମିଟର ବାଟ ଖଟିଆ ବୋହି ଆଣିବା ପରେ ବାଟରେ ପ୍ରସବ କରିଛନ୍ତି ମହିଳା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିପାନି ଗାଁକୁ ଏବେ ବି ରାସ୍ତାଟିଏ ନାହିଁ । ଜଙ୍ଗଲିଆ ରାସ୍ତାରେ ଲୋକମାନେ ଯାତାୟତ କରନ୍ତି । ପ୍ରତିଦିନ ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ଗାଁକୁ ରାସ୍ତାଟିଏ ହୋଇପାରୁନାହିଁ । ତେବେ ସର୍ଗିପାନି ଗାଁର ଜଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା କର୍ମୀଙ୍କୁ ଖବର ଦେଇଥିଲେ ପରିବାର । ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ରାସ୍ତା ନଥିବାରୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମହିଳାଙ୍କୁ ଆଣିବା ଭିତରେ ସେ ବାଟରେ ପ୍ରସବ କରିଥିଲେ । ପରେ ମହିଳା ଓ ନବଜାତ ଶିଶୁକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନବଜାତ ଶିଶୁ ସ୍ୱାସ୍ଥ୍ୟ ଠିକ୍ ଥିବାବେଳେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ବିମାନବନ୍ଦରରୁ ମିଳିଲା :
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର