socialtalknews

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଲାଗିଛି ଅକ୍ସିଜେନ ସପୋର୍ଟ
ଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର । ପୋଡିଥିବା ସ୍ଥାନରେ ହେଲା ସର୍ଜରୀ । ସ୍ବାସ୍ଥ୍ୟବସ୍ଥା ଗୁରୁତର । ଲାଗିଛି ଅକ୍ସିଜେନ ସପୋର୍ଟ । ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି । ଜାରି ହେଲା ବୁଲେଟିନ ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର, ଲାଗିଛି ଅକ୍ସିଜେନ ସପୋର୍ଟ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ହୋଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱବଧାନରେ ଶରୀରର ପୋଡ଼ି ଯାଇଥିବା ଅଂଶରେ ସର୍ଜରୀ କରାଯାଇଛି । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହେଲଥ ବୁଲେଟିନରେ କୁହାଯାଇଛି, ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସେ ବର୍ତ୍ତମାନ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ଡାକ୍ତରମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଗତ ଶନିବାର ଦିନ ନାବାଳିକାଙ୍କୁ ଟେକିନେଇ ଜାଳି ଦେଇଥିଲେ କିଛି ଦୁର୍ବୃତ୍ତ । ପ୍ରଥମେ ତାଙ୍କୁ ପିପିଲି ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ପୀଡ଼ିତାଙ୍କ ଶରୀରର ୭୫ ଭାଗ ପୋଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କାହାରିକୁ ଗିରଫ କରାଯାଇପାରିନାହିଁ । ସ୍ପେଶାଲ ସ୍କାଡ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଛି ।

ଗତକାଲି ବଳଙ୍ଗା ପୀଡ଼ିତାଙ୍କ ଘର ପାଖରୁ ୩ ଜଣଙ୍କୁ ଉଠାଇ ନେଇଥିଲା ପୁଲିସ । ୩ ଜଣଙ୍କୁ ଜୋରଦାର ଜେରା କରାଯାଇଥିଲା ସୂଚନା । ବଳଙ୍ଗା ଘଟଣାକୁ ୬ ଦିନ ବିତି ଯାଇଛି । ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରୁଛି । ସେପଟେ ଗତକାଲି ପରିବାର ଲୋକ ପୀଡ଼ିତାଙ୍କୁ ପ୍ରଥମଥର ଭେଟିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ୫ ଦିନ ପରେ ଭେଟିଲେ ସମ୍ପର୍କୀୟ । ପୀଡ଼ିତା ସୁସ୍ଥ ଥିବା ପରିବାର ଲୋକଙ୍କ ସୂଚନା । ମୁହଁ ସାମାନ୍ୟ ଫୁଲି ଯାଇଛି । ହେଲେ ସେ କାହା ସହ କଥା ହେଉ ନଥିବା ପରିବାର ଲୋକଙ୍କ ସୂଚନା ରହିଛି ।

ପୀଡ଼ିତାଙ୍କ ପୁଣି ବୟାନ ରେକର୍ଡ କରିବାକୁ ଦିଲ୍ଲୀ ଏମ୍‌ସକୁ ଅନୁରୋଧ କରିପାରେ ପୁରୀ ପୁଲିସ । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଅଭିଯୁକ୍ତଙ୍କୁ ଏଯାଏ ଧରାଯାଇନଥିବାରୁ ପୀଡ଼ିତାଙ୍କ ମାଆ ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ରୁପାମୁଦି ତାଙ୍କ ଝିଅର ନୁହେଁ ।

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More