ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ଫସିଲେ ଦମ୍ପତି :

Talk Always Truth

କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ । ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରାଯାଉଛି । ବନ୍ଦର ପ୍ରଭାବ ଯୋଗୁ ଭୁବନେଶ୍ୱରରେ ଜଣେ ଦମ୍ପତି ନାହିଁ ନଥିବା ହଇରାଣ ହୋଇଛନ୍ତି । ସୂଚନା ଅନୁସାରେ ଦମ୍ପତି ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ଭୁବନେଶ୍ୱରରୁ ସେ ବ୍ରହ୍ମପୁରକୁ ଯାଇ ଏକ ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇଥାନ୍ତେ । କିନ୍ତୁ ଆଜି ଓଡ଼ିଶା ବନ୍ଦ ବୋଲି ଜାଣିନାହାନ୍ତି । ଆଉ ଏବେ ରାଜଧାନୀରେ ଫସିଯାଇଛନ୍ତି । କ୍ୟାବ କରି ବ୍ରହ୍ମପୁର ଯିବୁ ବୋଲି କହିଛନ୍ତି ଦମ୍ପତି । ଏହାରି ଭିତରେ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଯଦି କୌଣସି କଂଗ୍ରେସ କର୍ମୀ ଯିବା ରାସ୍ତାରେ ଅଟକାନ୍ତି ତେବେ ସେଠାରେ ତାଙ୍କୁ କଲ୍ କରିବାକୁ କହିଛନ୍ତି ବୋଲି ଦମ୍ପତି ସୂଚନା ଦେଇଛନ୍ତି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page