ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି ।
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲାଛନ୍ତି ଓଏଏସ୍ ସଂଘ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି OAS ସଂଘ ।
OAS ସଂଘ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ।
ବିଏମସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ କରାଯିବା ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ଥିବା ଦାବି କରିଥିଲା ଓଏଏସ୍ ସଂଘ। ସଂଘ ପକ୍ଷରୁ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରାଯାଇଥିଲା। ଏ ନେଇ ଗତ ମଙ୍ଗଳବାର ଠାରୁ ଓଏଏସ୍ ସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିଥିଲା । ଆନ୍ଦୋଳନ ଯୋଗୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଥିଲା।