By -SUBHASMITA ସେପ୍ଟେମ୍ବର 1 2025
ଭୁବନେଶ୍ୱର :୧ ଅକ୍ଟୋବର ଦଶହରା ଉତ୍ସବ ଆସିଥିବାବେଳେ ଓଡିଶା ବାସୀଙ୍କୁ ଆଉ ଏକ ନୂତନ ଆବହାବାତବରଣୀ ଆଗାହୀ ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହୋଇଛି, ଯାହା ଆଗାମୀ ୧୨-୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ।
ଆଗାମୀ ୩ ତାରିଖ ସକାଳ ଅବଧିରେ ଏହି ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି, ଏବଂ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହି ପରିସ୍ଥିତି ଦ୍ୱାରା ରାଜ୍ୟର ବହୁଅଂଶରେ ଧାରାବାହିକ ଓ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।
ଓଡିଶାର ୩୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ଦେଖାଯାଉଥିବାରୁ ପାଣିପାଗ ବିଭାଗ ଦ୍ୱାରା ୟେଲୋ ଅଲର୍ଟ ଜାରି କରାଯାଇଛି। ଲୋକମାନଙ୍କୁ ନିମ୍ନ ଅଞ୍ଚଳ, ନଦୀ ତଟ ଓ ପାହାଡ଼ ଆଞ୍ଚଳରେ ସାବଧାନ ରହିବା ପାଇଁ ଉପଦେଶ ଦିଆଯାଇଛି।
ଦଶହରା ଅବସରରେ ବାହାରେ ଯାତ୍ରା କରୁଥିବା ଲୋକମାନେ ନିଜ ଯାତ୍ରା ଯୋଜନାରେ ପରିବର୍ତ୍ତନ କରିପାରନ୍ତି, କାରଣ ଆଗାମୀ ଦିନଗୁଡ଼ିକ ଭିଜିବ ବର୍ଷାରେ।
Socialtalknews