ତାଣ୍ଡବ ରଚିବ ବର୍ଷା :

Talk Always Truth

ଆଜି ପୂରା ଓଡ଼ିଶାରେ ଘଡ଼ଘଡ଼ି ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା :

ଭୁବନେଶ୍ୱର : ଆଜି ଭିଜିବ ସାରା ଓଡ଼ିଶା । ଆଜି ପାଇଁ ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସମଗ୍ର ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ରାୟଗଡ଼ା ଏବଂ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି।
ଏହି ୬ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବାନ ରହିଛି। ସେହିପରି ଆସନ୍ତାକାଲି ମଧ୍ୟ ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଦିଆଯାଇଛି। ମୟୂରଭଞ୍ଜ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ।
୯ ତାରିଖ ଦିନ ୧୯ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି । କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ବାକି ଜିଲ୍ଲାମାନଙ୍କରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page