socialtalknews

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?
ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସ
ବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ

କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ…ପୁଅକୁ ଖୋଜୁଛି ମାଆ…


ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳୁଥିବା ବେଳେ ପେଟକୁ ବାଜିଥିଲା ବଲ୍ । ଗୁରୁତର ଭାବେ ଶଙ୍କରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖଲ୍ଲିକୋଟ ମେଡିକାଲରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିବା ପାଇଁ ସେଠିକାର ଡାକ୍ତର କହିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟରୁ ଶଙ୍କରକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଭିମୁଖେ ବାହାରିଥିଲେ । ହେଲେ ଖଲ୍ଲିକୋଟ ଘାଟି ମଝିରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଡେରିରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯିବାରୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ଖରାପ ଯୋଗୁଁ ହିଁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More