socialtalknews

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିବେ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ । ଝାଡ଼ାବାନ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ କେମିତି ଡାଇରିଆ ସ୍ଥିତିର ମୁକାବିଲା ହେବ ସେନେଇ ହୋଇପାରେ ବଡ଼ ନିଷ୍ପତ୍ତି ।

ରାଜ୍ୟରେ ଝାଡ଼ାବାନ୍ତିରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବା ବେଳେ ୧୧ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପାଣିରୁ ଡାଇରିଆ ବ୍ୟାପୁଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି । ଡାଇରିଆରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More