ଟ୍ୟୁସନ୍‌ରୁ ଫେରୁଥିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ :ସ୍ଥିର ରହିଛି ସ୍ବାସ୍ଥ୍ୟାବସ୍ଥା”

Talk Always Truth

y subhasmita Aug 12 2025

ଭଦ୍ରକ: ସିମୁଳିଆ ଥାନା ଅଞ୍ଚଳରେ ଗୋଟିଏ ନବମ ଶ୍ରେଣୀର ନାବାଳିକା ଟ୍ୟୁସନ୍ ସାରି ସାଇକେଲ୍‌ରେ ଘରକୁ ଫେରୁଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ । ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା!
ଭଦ୍ରକ ଏଡିଏମ୍ଓ ମିନତିଲତା ଦାସ କହିଛନ୍ତି ଯେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଘଟଣା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଡାକ୍ତରଖାନାରେ ପହଞ୍ଚି, ପୀଡ଼ିତାଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇଁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି!
ଘଟଣା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବା ସହ ସାନ୍ତ୍ବନା ଜଣାଇଛନ୍ତି । ଭଦ୍ରକ ଏସ୍‌ପି ମନୋଜ ରାଉତ ଘଟଣାରେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page