ଟ୍ରଫି ତ ଜିତିଲେ ଭାରତ, ଧରି ନେଲେ ପାକିସ୍ତାନ! ଏସିଆ କପ୍ ଭିତରେ ରାଜନୈତିକ ତାନାବାନା

By -SUBHASMITA ସେପ୍ଟେମ୍ବର 30 2025

ଦୁବାଇ, 30 ସେପ୍ଟେମ୍ବର 2025:
ଏସିଆ କପ୍ 2025 ଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାଜିତ କରିଥିଲେ ମଧ୍ୟ, ବିଜୟୀ ଟ୍ରଫି ରହିଗଲା ତାଙ୍କ ହାତ ଠାରୁ ଦୂରେ। ଘଟଣା ଏତେ ଚମତ୍କାର ଓ ଅପ୍ରତ୍ୟାଶିତ ଥିଲା ଯେ, ଟ୍ରଫି ଗ୍ରହଣ ପାଇଁ ଭାରତୀୟ ଦଳ ପୋଡିୟମକୁ ଚଢ଼ିଲେ ନାହିଁ।
ACC ଅଧ୍ୟକ୍ଷ ଓ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକବୀଙ୍କ ହାତରୁ ଟ୍ରଫି ନ ନେବାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଥିଲେ ଭାରତୀୟ ଦଳ। ସୂର୍ଯ୍ୟକୁମାର ଯାଦବ ସୂଚିତ କରିଥିଲେ ଯେ, ଯେଉଁ ଦେଶ ସହ ଭାରତ ଆକ୍ରାନ୍ତ ପରିସ୍ଥିତିରେ ଅଛି, ସେଉଁଠିର ମନ୍ତ୍ରୀ ଠାରୁ ସମ୍ମାନ ଗ୍ରହଣ କରିବା ଅସମ୍ଭବ।
ଫଳରେ ମୋହସିନ ନକବୀ ପୋଡିୟମରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ, ତେବେ ଅନ୍ତେ ଟ୍ରଫି ଓ ମେଡାଲ ନେଇ ସିଧାସଳଖ ହୋଟେଲକୁ ଚାଲିଯିବାର ଆରୋପ ଲାଗିଛି। ଏହି ଘଟଣାକୁ ନେଇ BCCI ତୀବ୍ର ପ୍ରତିବାଦ କରିଥିବା ବେଳେ, ଏହି ଅଭିନବ ଅପଦ୍ରବ ବିଷୟରେ ଖେଳ ଜଗତ ଏବଂ ସାମ୍ବାଦିକ ମାଧ୍ୟମରେ ଚର୍ଚ୍ଚା ଜୋରଦାର।
PCB ଚେୟାରମ୍ୟାନଙ୍କ ଏହି ବ୍ୟବହାରକୁ ନେଇ ଏବେ ସାମାଜିକ ମାଧ୍ୟମରେ ଚଲିଛି ମଜାକ— ‘ଟ୍ରଫି ଚୋର ପାକିସ୍ତାନ’ ବୋଲି କହି ଚିଡ଼ାଇଲେଣି ନେଟିଜେନ୍‌ମାନେ।
BCCI ଦ୍ୱାରା ଟ୍ରଫିକୁ ଭାରତ ପଠାଇବାକୁ ଦାବି କରାଯାଇଛି ଏବଂ ACC ମାନ୍ୟତା ଓ ଦୃଢ଼ତା ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜନୈତିକ ଆକ୍ରୋଶ ଭରା ମୁହୂର୍ତ୍ତ ସୃଷ୍ଟି କଲା।

Socialtalknews

Leave a Comment