ଝାରସୁଗୁଡ଼ାରେ ୬୦ ହଜାର କୋଟିର ପ୍ରକଳ୍ପ ବର୍ଷା, ଯୁବପିଢ଼ି ପାଇଁ ବିକାଶର ନୂଆ ଦିଗ

By -SUBHASMITA ସେପ୍ଟେମ୍ବର 27 2025

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜା ଭେଟିରେ ଓଡ଼ିଶାକୁ ମିଳିଲା ବିକାଶର ବଡ଼ ପୁଣ୍ୟାହ। ଶନିବାର ଝାରସୁଗୁଡ଼ାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି–ସର୍ଲା ରେଳ ଫ୍ଲାଏଓଭର, ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ, ଓଡିଶାର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା, ଏବଂ ସମଗ୍ର ଦେଶରେ ବିଏସଏନଏଲ 4G ସେବା ଆରମ୍ଭ ଗୁରୁତ୍ୱପୂର୍ଣ୍ଣ।
ଯୁବପିଢ଼ି ପାଇଁ ଏହି ପ୍ରକଳ୍ପଗୁଡ଼ିକ ବେଶି ଲାଭକାରୀ ହେବ। ବୈଷୟିକ ଶିକ୍ଷା, ତଥ୍ୟ ପ୍ରଯୁକ୍ତି, ଏବଂ ଚାକିରି ସୃଷ୍ଟିରେ ଓଡ଼ିଶା ନୂଆ ମାଇଲସ୍ଟୋନ୍‌ ରଚିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ କଥାରେ, “ସ୍ଥାନୀୟ ଯୁବକମାନେ ଘର ପାଖରେ ବୈଷୟିକ ଶିକ୍ଷା ସହିତ ଚାକିରି ସୁଯୋଗ ପାଇବେ।”
ଏହି ସହ, କୋରାପୁଟ–ବୈଗୁଡ଼ା ନୂଆ ରେଳ ଲାଇନ୍‌ ଏବଂ ମାନାବାର–କୋରାପୁଟ–ଗୋରାପୁର ରେଳ ଡବଲିଂ ପ୍ରକଳ୍ପ ଉତ୍ସର୍ଗୀକୃତ ହୋଇଛି। ଭିମ୍ସାର ଓ ଏମ୍‌କେସିଜି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି।
ଝାରସୁଗୁଡ଼ାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ଷା ଓଡ଼ିଶାର ଅର୍ଥନୈତିକ ଉନ୍ନତିକୁ ନୂଆ ଗତି ଦେବା ସହ, ଯୁବପିଢ଼ିଙ୍କୁ ଆଗାମୀ ଦିନରେ ସୁନାଳି ସୁଯୋଗ ମିଳିବାର ଆଶା ଜନାଇଛି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page