ଛାତ୍ର ଙ୍କ କଥା ଭୁଲିଗଲେ :

Talk Always Truth

ନିଜ ଜୀବନକୁ ବାଜିରେ ଲଗାଇ ସେଦିନ ସୌମାଶ୍ରୀ ଙ୍କୁ ବଞ୍ଚାଇବାକୁ ଯାଇ ଯିଏ ନିଆଁ ରେ ପୋଡି ହେଇ ଯାଇଥିଲା! ତାକୁ ଏଠି ସବୁ ଭୁଲିଗଲେ ! ଉଦ୍ଧାରକାରୀ ଛାତ୍ରଙ୍କ କଥା ଭୁଲିଗଲେ! ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ଦେହାନ୍ତ ଖବର ଆସିବାପରେ ପୂରା ରାଜ୍ୟ ମର୍ମାହତ ହୋଇଛି ଏବଂ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି! ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି। ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ଵାଳ ସେ ଗୁରୁତର ହୋଇ ଏବେ ଆଇସିୟୁରେ । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଏସ୍‌ସିବି ବର୍ଷ ୟୁନିଟ୍‌ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଥିବା ଏସ୍‌ସିବି ଆଇସିୟୁ ୟୁନିଟ୍‌ର ମୁଖ୍ୟ କହିଛନ୍ତି । ଯଦିଓ ଜ୍ୟୋତିପ୍ରକାଶଙ୍କ ଅବସ୍ଥା ସ୍ଥିର ଅଛି, କିନ୍ତୁ ତାଙ୍କ ପ୍ରତି କାହାର ଦୃଷ୍ଟି ନ ପଡ଼ିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭହୋଇସାରିଥିବା ବେଳେ ଶାସକ – ବିରୋଧୀଙ୍କ କାଦୁଅଫିଙ୍ଗା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତେ ଏକାଠି ହୋଇଛନ୍ତି ତାଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ମଧ୍ୟ ହୋଇଛି। ହେଲେ, ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତିପ୍ରକାଶଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି ଘଟଣାଦିନ ଯେତେବେଳେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା, ସେହି ସ୍ଥାନରେ ଅନେକ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ଗୋଟିଏ କ୍ଷଣ ବି ଚିନ୍ତା ନକରି ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ଜ୍ୟୋତିପ୍ରକାଶ ଆଗେଇ ଯାଇଥିଲେ। ନିଜେ ପୋଡ଼ିହୋଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜ୍ୟୋତିପ୍ରକାଶଙ୍କ କହିବା ଅନୁଯାୟୀ, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମନାରେ ସୌମ୍ୟାଶ୍ରୀ ଜଳିଯାଉଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଭିତରେ ସାର୍ଟରେ ନିଆଁ ଲାଗିଯାଇଥିଲା । ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲି। କିଛି ସମୟ ଭିତରେ ପାଖରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଆସି ସାହାଯ୍ୟ କରିଥିଲେ। ପରେ ସେ ନିଜେ ପୋଡ଼ି ଯାଇଥିବା ଜାଣିଥିଲେ। ତାଙ୍କର ଜଣେ ମାମୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତ କରିଥିଲେ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି !


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page