socialtalknews

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଗେଟ୍ ଲକ୍ କରି ଚମ୍ପଟ ମାରିଥିଲେ ଲୁଟେରା । ରାଜ୍ୟରେ ଅପରାଧ ସଂଖ୍ୟା ଏବେ ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦିନ ଦି’ପହରରେ ସରକାରୀ କ୍ବାଟରର ତାଲା ଭାଙ୍ଗି ଲୁଟ୍ ହୋଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍ ନେଇଯାଇଛନ୍ତି ଲୁଟେରା । ଏ ଘଟଣା ଦିନେ କି ଦୁଇଦିନର ନୁହଁ ବରଂ ଗୋଟେ ଘରୁ ବାର ବାର ସମାନ ତାରିଖରେ ଲୁଟି ନେଉଛନ୍ତି ।

ତାରିଖ ଦେଖି ଚୋରି କରୁଛନ୍ତି ଚୋର । ୨୩ ତାରିଖରେ ଘରେ କଳାକନା ବୁଲାଉଛନ୍ତି । ଗତବର୍ଷ ଫେବୃଆରୀ ୨୩ରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟିଥିଲେ । ପରେ ଅକ୍ଟୋବର ୨୩ ତାରିଖରେ ଘରର ଆସବାବପତ୍ର ନେଲେ । ଆଉ ଜୁନ ୨୩ରେ ଲାପଟପ ସହ ଅନ୍ୟ ସାମଗ୍ରୀ ଚୋରି କରିଛନ୍ତି । ସମାନ ଘରୁ ୩ ଥର, ସେହି ୨୩ ତାରିଖରେ ଚୋରି ହେଉଥିବା ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ଜି.ଏ ଡିପାର୍ଟମେଣ୍ଟ ଅତିରିକ୍ତ ସେକ୍ରେଟାରୀ ପୁଷ୍ପଲତା ସାମଲ । ଭୁବନେଶ୍ବର ୟୁନିଟ -3 ଅଂଚଳରେ ଥିବା ସରକାରୀ କ୍ବାଟରର ତାଲା ଭାଙ୍ଗି ଚୋରି କରୁଛନ୍ତି ଦୁବୃର୍ତ୍ତ । ଚୋରି ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More