socialtalknews

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ :

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ :

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ :

ନବରଙ୍ଗପୁର: ସରୁନି ଦୁଃଖ । ପୁଣି ଖଟିଆରେ ବୁହା ହେଲେ ରୋଗୀ । ଖଟିଆରେ ବୁହାହୋଇ ଗଲେ ମୃତ ହୋଇକି ଫେରିଲେ । ମରଶରୀରକୁ ମଧ୍ୟ ଖଟିଆରେ ବୋହିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ହୋଇକି ଫେରିଲା ପରେ ମଧ୍ୟ ଶବକୁ ଦୁଇ କିଲୋମିଟର ବୁହାହୋଇଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ ।
ମୈଦଲପୁର ପଞ୍ଚାୟତ ଜବାଗୁଡା ଗାଁର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କୁ ଦୀର୍ଘ ୫ ଦିନ ହେବ ଜ୍ୱର ହେବା ସହ ଦେହ ଅସୁସ୍ଥ ରହିଥିଲା । ଫଳରେ ହଠାତ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ କୁ ନ ପହଞ୍ଚି ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗାଁ ନିକଟରେ ରହିଯାଇଥିଲା । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।
ଆମ୍ବୁଲାନ୍ସ ସାହାଯ୍ୟରେ ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଛି । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ଗାଁରେ ବିଭିନ୍ନ ସମ୍ପ୍ରଦାୟର ୭୦ ପରିବାର ରୁ ୩୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ପକ୍କା ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ସେମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ ଆଣୁଛନ୍ତି । ଆଜି ଯଦି ଲଳିତା ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ଯାଇଥାଆନ୍ତେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାଆନ୍ତେ ।

Share the Post:

Related Posts

ଶୋଇଥିଲେ ଡ୍ରାଇଭର :

ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ

Read More

ଏମିତି ବି ହେଇପାରେ :

ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୌଡୁଥିବା ବେଳେ ହଠାତ୍‌ ହୋଇଗଲେ ଅସୁସ୍ଥ :ଖୋର୍ଦ୍ଧା: ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି ।

Read More