socialtalknews

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଇଂଲଣ୍ଡ ସହ ସିରିଜ ବରାବର | ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଏ ଥିଲା ଶେଷ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ଥିଲା । ଆଉ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ଥିଲା ।
ଜବରଦସ୍ତ, ଚମତ୍କାର, ଶାନଦାର୍ । ଏ ସବୁ ଶବ୍ଦ ଆଜି ଟିମ୍ ଇଣ୍ଡିଆ ପାଇଁ କମ୍ ପଡ଼ିଯିବ । ଗୋଟିଏ ସମୟରେ ଭାରତ ଚତୁର୍ଥ ଟେଷ୍ଟକୁ ହାରିବ ବୋଲି ଅନେକ କହିବା ଆରମ୍ଭ କରିଥିଲେ, ଏମିତି କି ପଡି଼ଆରେ ମଧ୍ୟ ହାବଭାବ କିଛି ସେମିତି ଦେଖିବାକୁ ମିଳିଥିଲା । ହେଲେ ସବୁ କଳ୍ପନାଜଳ୍ପନାକୁ ମିଛ ପ୍ରମାଣିତ କରି ଇଂଲଣ୍ଡ ବିରୋଧରେ ଚତୁର୍ଥ ଟେଷ୍ଟ ଜିତି ସିରିଜ୍ ବରାବର କରିଛି ଗିଲ୍ ବାହିନୀ ।
ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଏ ଥିଲା ଶେଷ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ଥିଲା । ଆଉ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ଥିଲା ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ପାଇଥିଲା ଟିମ୍ ଇଣ୍ଡିଆ । ଆଉ ଦଳ ପ୍ରଥମ ଇଂନିସରେ କେବଳ ୨୪୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । କରୁଣ ନାୟାର କେବଳ ଅର୍ଦ୍ଧଶତକ ଅର୍ଜନ କରିପାରିଥିଲେ, ଆଉ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମଧ୍ୟ ମାରିପାରିନଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ ଆଉ ଟିମ୍ ଇଣ୍ଡିଆର ବୋଲିଂ ବାହିନୀ ଇଂଲଣ୍ଡକୁ ୨୪୭ ରନରେ ଅଲଆଉଟ୍ କରିଦେଇଥିଲା ।
ଏହାପରେ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ଯଶସ୍ୱୀ ଜୟସଓ୍ୱାଲ, ଓ୍ୱାସିଂଟନ ସୁନ୍ଦର, ଆକାଶ ଦୀପ, ରବୀନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ୩୯୬ ରନ୍ କରିଥିଲା । ଆଉ ବିଜୟ ପାଇଁ ଇଂଲଣ୍ଡକୁ ୩୭୪ ରନ୍ ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ହେଲେ ଦଳ କିନ୍ତୁ ଇଂଲଣ୍ଡକୁ ବିଜୟ ପଥରୁ ରୋକିବା ସହିତ ଓଭାଲରେ ରୋମାଞ୍ଚକର ବିଜୟ ହାସଲ କରିଛି । ଭାରତୀୟ ଦଳ ପକ୍ଷରୁ ସିରାଜ, ପ୍ରସିଦ୍ଧ କିଷ୍ଣା ଜବରଦସ୍ତ ବୋଲିଂ କରିଥିଲେ ।

Share the Post:

Related Posts

ପୁଣି ବଢ଼ିଲା ସୁନା ରେଟ,

୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି

Read More