socialtalknews

ଘରେ ବସି ସୁବିଧା :

ଘରେ ବସି ସୁବିଧା :

ଘରେ ବସି ସୁବିଧା :

ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ: ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍

ଭୁବନେଶ୍ଵର : ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବେ । ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ୍‌ ମୋଡ୍‌ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ। ଏଥିରେ ଅବହେଳା କଲେ ଧରା ପଡିବେ ଅଧିକାରୀ । ରାଜ୍ୟ ସରକାର ଏପ୍ରିଲ୍‌ରେ ଏହି ସ୍ୱତନ୍ତ୍ର ଆପ୍‌ ଉନ୍ମୋଚନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ପ୍ରକାଶ କରିଛନ୍ତି ।
ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍‌ ମାଧ୍ୟମରେ ରେକର୍ଡ କରାଯିବ । କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ । ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ । ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

Share the Post:

Related Posts

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ

Read More