
By – subhasmita Aug 13 2025
ଭୁବନେଶ୍ୱର :ରାଜ୍ୟପାଳ ଡଃ ହରିବାବୁ କମ୍ଭମ୍ପାଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପାଇଁ ଗ୍ରାମପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକତା ଉଠାଇଛନ୍ତି। ସେଉଁଥିରେ ପଞ୍ଚାୟତ ପରିସର ଓ ଲୋକସଂଖ୍ୟା କମ୍ ଥିଲେ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚାଇବା ସହଜ ହେବ ବୋଲି ମତ ଦେଇଛନ୍ତି।
ଆଜି ରାଜଭବନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା ବୈଠକ ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ କରିବା ନିର୍ଦ୍ଦେଶ ମିଳିଛି। ଗ୍ରାମୀଣ ଘରୋଇ ପାଇପ୍ ଜଳ ସଂଯୋଗ କ୍ଷେତ୍ରରେ ଅଗ୍ରଗତି ଓ ସମସ୍ୟା ସମ୍ବନ୍ଧରେ ମଧ୍ୟ ଗଭୀର ଆଲୋଚନା ହୋଇଛି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସରକାରଙ୍କ ପ୍ରତିବଦ୍ଧତା ଓ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ବିଭାଗୀୟ ଶାସନ ସଚିବ ଏସ୍.ଏନ୍.ଗିରୀଶ ବିଭାଗୀୟ କାର୍ଯ୍ୟକ୍ରମ ଉପସ୍ଥାପନ କଲେ। ବୈଠକରେ ରାଜ୍ୟପାଳଙ୍କ ସଚିବ ରୂପାରୋଶନ ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।