ପାକିସ୍ତାନୀ କ୍ରିକେଟ ହାଇଦର ଅଲ୍ଲୀଙ୍କୁ ଦୁଷ୍କର୍ମ ମାମଲାରେ ୟୁକେ ପୋଲିସ ଗିରଫ କରିଛି । ତାଙ୍କୁ ଇଂଲଣ୍ଡରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ଏବଂ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି ।
ପାକିସ୍ତାନ କ୍ରିକେଟ ଟିମରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୪ ବର୍ଷୀୟ ହାଇଦର ଅଲ୍ଲୀଙ୍କ ବିରୋଧରେ ପୋଲିସ ଅଗଷ୍ଟ ୪ରେ ଏକ ଅଭିଯୋଗ ପାଇଥିଲା । ସେହିଦିନ ଦୁଷ୍କର୍ମ ଅଭିଯୋଗ ପାଇବା ପରେ ସେଠାକାର ପୋଲିସ ୨୪ ବର୍ଷୀୟ ପାକ୍ କ୍ରିକେଟରଙ୍କୁ ଗିରଫ କରିଛି ।
ପାକିସ୍ତାନ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିବା ସମୟରେ ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କୁ ଗିରଫ କରିଥିବା ଜଣାପଡିଛି । ଅନ୍ୟପଟେ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ନିଲମ୍ବିତ କରିଛି ।
ପାକିସ୍ତାନ ବୋର୍ଡ କହିଛି ଯେ, ଗ୍ରେଟର ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କ ବିରୋଧରେ ଏକ ଅପରାଧିକ ମାମଲାର ତଦନ୍ତ କରୁଛି, ଯାହା ଇଂଲଣ୍ଡରେ ଘଟିଥିବା ଘଟଣା ସହିତ ଜଡିତ । ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ।
୨୪ ବର୍ଷୀୟ ହାଇଦର ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨ଟି ଦିନିକିଆ ଏବଂ ୩୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତାଙ୍କର ଟି୨୦ରେ ୧୨୪ ଷ୍ଟ୍ରାଇକ୍ ରେଟରେ ୫୦୫ ରନ୍ ଅଛି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ରହିଛି ।
୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ହାଇଦର ୨୦୨୩ ମସିହାରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ଟି୨୦ ମ୍ୟାଚରେ ହାଇଦର ଭାରତ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ୍ ଖେଳିଛି । ୨୦୨୨ରେ ମେଲବର୍ଣ୍ଣରେ ହୋଇଥିବା ଟି୨୦ ବିଶ୍ବକପ ମ୍ୟାଚରେ ଖେଳିଥିଲେ ହାଇ :

ଶୋଇଥିଲେ ଡ୍ରାଇଭର :
ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ