ଗାନ୍ଧୀମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ କଠୋର ସନ୍ଦେଶ :

ମହିଳାଙ୍କୁ ହିଂସା କରୁଥିବାଙ୍କୁ ଛଡ଼ା ନାହିଁ, ସଙ୍ଗାତିକ ଅପରାଧରେ କଠୋର କାର୍ଯ୍ୟାନୁଷ୍ଠାନ”

By – subhasmita Aug 15 2025
ଭୁବନେଶ୍ୱର, ଅଗଷ୍ଟ 15 — ୭୯ତମ ସ୍ବାଧୀନତା ଦିବସରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରୁ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁଭେଚ୍ଛା ଜଣାଇଲେ! ସେ କହିଥିଲେ, ମହିଳା ସୁରକ୍ଷା ପାଇଁ ରାଜ୍ୟ ସରକାରର “ଶୂନ୍ୟ ସହନଶୀଳତା” ନୀତି ରହିଛି ଏବଂ ମହିଳାଙ୍କ ବିରୋଧରେ ହିଂସା କରୁଥିବା କାହାକୁ ବି ଛାଡ଼ାଯିବେ ନାହିଁ । ସେମାନେ କେତେ ବି ପ୍ରଭାବଶାଳୀ କାହିଁନାହୁନ୍ତୁ, ସ୍ଥାନ ହେବ ଜେଲ୍‌ରେ, ସମାଜରେ ନୁହେଁ ।
ସେ ଅଧିକ କହିଥିଲେ, ରାଜ୍ୟରେ ଆଇନ-ଶୃଙ୍ଖଳାକୁ ଆହୁରି ପ୍ରଭାବୀ କରାଯିବ । ନିଶା କାରବାରକୁ ଅପରାଧ ବୃଦ୍ଧିର ମୁଖ୍ୟ କାରଣ ଭାବେ ଚିହ୍ନଟ କରି, ନିଶା ମାଫିଆଙ୍କୁ ଦମନ ପାଇଁ ପୋଲିସକୁ କଠୋର ନିର୍ଦ୍ଦେଶ ଦିଆଯାଇଛି । ଗାଁଠାରୁ ରାଜଧାନୀ ପର୍ଯ୍ୟନ୍ତ ଗୁଣ୍ଡାରାଜକୁ ସମୂଳେ ଦମନ କରାଯିବ । ସଙ୍ଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ନୂତନ ଆଇନ ଆଣାଯିବା ସହିତ, ଦାଦାବଟି ଓ ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧ ଭାବେ ଗଣାଯିବ ।
ଶିକ୍ଷାନୁଷ୍ଠାନଗୁଡ଼ିକୁ “ସୁରକ୍ଷିତ କ୍ୟାମ୍ପସ” ଘୋଷଣା କରାଯିବା ସହିତ, କ୍ୟାମ୍ପସରେ ନିଶାସେବନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page