ଗାଧୋଇବା ବେଳେ ଅଘଟଣ :

Talk Always Truth

ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ ଆସିଥିବା ରୁଦ୍ର ପ୍ରତାପ ସାହୁ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ, ଭାସି ଯାଇଛନ୍ତି । ଏକ ବଡ଼ ଲହଡିରେ ପଡ଼ି ରୁଦ୍ର ପ୍ରତାପ ଭାସିଯାଇଥିଲେ । ଭଦ୍ରକ ଆଇଟିଆଇରେ ପଢୁଥିବା ରୁଦ୍ର ପ୍ରତାପ ଗତକାଲି ରାତିରେ, ଟ୍ରେନ ଯୋଗେ ସାଙ୍ଗ ମାନଙ୍କ ସହ ପୁରୀ ଆସିଥିଲେ । ଲାଇଫଗାର୍ଡର ଦୁଇଟି ଟିମ୍ ରୁଦ୍ରଙ୍କୁ ଖୋଜାଖୋଜି କରୁଛନ୍ତି । ଏଖବର ପରେ ରୁଦ୍ରଙ୍କ ପରିବାରରେ କାନ୍ଦବୋବାଳି ଚାଲିଛି। ଖୋଜାଖୋଜି ଚାଲିଛି ରୁଦ୍ର ଖୁବଶୀଘ୍ର ମିଳିଯିବେ ବୋଲି ପରିବାର ଲୋକଙ୍କୁ ଆଶ୍ୱସନା ଦିଆଯାଉଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page