socialtalknews

ଗାଁରେ ଖେଳିଯାଇଛି ଶୋକାର ଛାୟା :

ଗାଁରେ ଖେଳିଯାଇଛି ଶୋକାର ଛାୟା :

ଗାଁରେ ଖେଳିଯାଇଛି ଶୋକାର ଛାୟା :

ଗଞ୍ଜାମ: ଜନ୍ମମାଟିରେ ପହଞ୍ଚିଛି ଦାଦନଙ୍କ ମୃତଦେହ । ଅପରାହ୍ନ ସମୟରେ ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଖେଳିଯାଇଥିଲା ଶୋକାର ଛାୟା । କିଏ ନିଜର ବାପା ତ ଆଉ କିଏ ରୋଜଗାରିଆ ପୁଅ ହରାଇ ତାଙ୍କ ପରିବାର ଲୋକେ ମ୍ରିୟମାଣ ହୋଇପଡିଛନ୍ତି । କାନ୍ଦ ବୋବାଳିରେ କମ୍ପୁଛି ପୁରା ଗାଁ ।
ଆନ୍ଧ୍ର ପ୍ରଦେଶ ବାଲିକୁରମା ଠାରେ ଏକ ପଥର କୁଆଁରିରେ ହୋଇଥିବା ଅଘଟଣରେ ମୃତ ବ୍ୟକ୍ତିଙ୍କ ମୃତଦେହ ଆଜି ନିଜ ଜନ୍ମମାଟିରେ ପହଞ୍ଚିଛି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୃତକଙ୍କ ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଦିଗପହଣ୍ଡି ବ୍ଲକର ଚଷା ନିମଖଣ୍ଡିର ଦଣ୍ଡପାଣି ବାଡତ୍ୟା ଓ ବାଙ୍ଗରଡା ଗାଁର ବନମାଳୀ ବେହେରା ରୋଜଗାର କରିବା ପାଇଁ ଆନ୍ଧ୍ର ପ୍ରଦେଶର ବାଲିକୁରମା ଅଞ୍ଚଳକୁ ଯାଇଥିଲେ । ଗତକାଲି ବାଲିକୁରମା ଠାରେ ଥିବା ପଥର କୁଆଁରିରେ କାମ କରିବା ସମୟରେ ଅଘଟଣ ହେବା ଫଳରେ ବନମାଳୀ ଓ ଦଣ୍ଡପାଣିଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ଧରାକୋଟ ଅଞ୍ଚଳର ଭାସ୍କର ବିଷୋୟୀ ଓ ସନ୍ତୋଷ ଗୌଡ଼, ଗଜପତି ମୋହନା ଅଞ୍ଚଳର ଟୁକୁନା ଦଳେଇ ଓ ମୁସା ଜେନା ମଧ୍ୟ ସେହି ପଥର କୁଆଁରିରେ କାମ କରୁଥିବା ବେଳେ ମୃତ୍ୟୁ ହୋଇଛି l ଅଘଟଣ ଘଟିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଗଞ୍ଜାମ ଓ ଗଜପତିର ମୋଟ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ନେଇ ଗଞ୍ଜାମ ଅଭିମୁଖେ ବାହାରିଥିଲା ଟିମ । ପ୍ରଥମେ ଦିଗପହଣ୍ଡି ମେଡିକାଲରେ ପହଞ୍ଚିବା ପରେ ସେଠାରେ ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ପ୍ରଶାସନକୁ ଦୁଇଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ଧରାକୋଟର ପ୍ରଶାସନକୁ ଦୁଇଟି ଓ ଦିଗପହଣ୍ଡି ପ୍ରଶାସନକୁ ଦୁଇଟି ମୃତଦେହ ପ୍ରଦାନ କରାଯାଇଥିଲା । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ବନମାଳୀଙ୍କ ସହ ଅନ୍ୟ ମୃତକ ମାନେ ପଞ୍ଜିକରଣ କରି ଯାଇଥିଲେ ନା କୌଣସି ଦଲାଲଙ୍କ ଜରିଆରେ ଆନ୍ଧ୍ରକୁ କାମ କରିବାକୁ ଯାଇଥିଲେ ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଶ୍ରମ ବିଭାଗର ଡିଭିଜନାଲ କମିଶନର । ଆଜି ଅପରାହ୍ନ ୨ଟାରେ ବନମାଳୀଙ୍କ ମୃତଦେହ ବାଙ୍ଗରଡା ଗାଁରେ ପହଞ୍ଚିଥିଲା । ଏହାପରେ ଗାଁରେ ପହଞ୍ଚିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଦୁଇ ମନ୍ତ୍ରୀ ମୃତକ ବନମାଳୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ଘଟଣା ଘଟିଲା ସେ ନେଇ ତଦନ୍ତ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତାକୁ ଛାଡ଼ିଦେଲେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଯାହା ଆବଶ୍ୟକ ତାହା ପରବର୍ତ୍ତୀ ସମୟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦୁଇ ମନ୍ତ୍ରୀ ।

Share the Post:

Related Posts

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :

ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

Read More

ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ :

ଭୁବନେଶ୍ୱର : ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନ ଠାରେ ଭ୍ରାମ୍ୟମାଣ ପ୍ରବାସୀ ସାଧନ

Read More