ଗରିବୀ କମୁଛି

Talk Always Truth

ବିଶ୍ବବ୍ୟାଙ୍କ ରିପୋର୍ଟରେ ଭାରତରେ ଗରିବଙ୍କ ସ୍ଥିତି ନେଇ ବଡ଼ ଖୁଲାସା
ଦେଶରେ 34 କୋଟିରୁ ସାଢେ ୭ କୋଟିକୁ ଖସିଛି ଅତ୍ୟନ୍ତ ଗରିବଙ୍କ ସଂଖ୍ୟା
ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାରୁ ମିଲିଛି ସଫଳତା

ମୋଦି ସରକାର ଶାସନକୁ ଆସିବା ପରେ ଗରିବ କଲ୍ୟାଣକୁ ଦେଇ ଆସିଛନ୍ତି ପ୍ରାଥମିକତା। ଯାହାର ସିଧା ପ୍ରତିଫଳନ ଦେଖିବାକୁ ମିଳିଛି ବିଶ୍ବ ବ୍ୟାଙ୍କ ରିପୋର୍ଟରେ। ଗତ ୧୧ ବର୍ଷରେ ଅନେକ ଗରିବ କଲ୍ୟାଣ ଯୋଜନା ଆଣିଛନ୍ତି ମୋଦି ସରକାର। ସେଥିମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। କୋଭିଡ ସମୟରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନ୍ତର୍ଗତ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଉଛି ମାଗଣା ଚାଉଳ ଓ ଗହମ। ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ମିଳିଥିବା ଚାଉଳ ଓ ଗହମକୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇଦେଉଛନ୍ତି ମୋଦି ସରକାର। ଗରିବ କଲ୍ୟାଣ ଦିଗରେ ମୋଦି ସରକାରଙ୍କର ଆଉ ଏକ ବଡ଼ ଯୋଜନା ହେଉଛି ଆୟୂଷମାନ ଭାରତ ଯୋଜନା। ଏହି ଐତିହାସିକ ଯୋଜନା ଅନ୍ତର୍ଗତ ଦେଶର ପ୍ରତ୍ୟେକ ଗରିବ ଜନତାଙ୍କୁ ମିଳୁଛି ୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟ ସେବା। ଯାହା ରୋଗ ସମୟରେ ସେମାନଙ୍କୁ ଆର୍ଥିକ ବୋଝରୁ ମୁକ୍ତି ଦେଇଛି। ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ଅନ୍ତର୍ଗତ ଗରିବ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ମୋଦି ସରକାରଙ୍କର ଆଉ ଏକ ଗରିବ କଲ୍ୟାଣ ଯୋଜନା। ସେହପରି ଛୋଟ ବ୍ୟବସାୟୀଙ୍କୁ ରୋଜଗାର ଦେବାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବି ବଡ଼ ସହାୟକ ହୋଇପାରିଛି। ଏହିପରି ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା ଦେଶରେ ଗରିବଙ୍କ ସଂଖ୍ୟା ହ୍ରାସରେ ହୋଇଛି ବଡ଼ ସହାୟକ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page