କେମିତି କାଟିବ ଆଜିର ଦିନ ::

ଜାଣନ୍ତୁ ଆଜିର ରାଶିଫଳ :

By -SUBHASMITA Dt- 14.1.2025
ମେଷ:-ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ କରିବେ। କାରବାର ବଢ଼ାଇବା ପାଇଁ କୌଣସି ମଉକା ପାଇବେ। ‌

ବୃଷ:ସଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନିଅନ୍ତୁ। ଆପଣଙ୍କର ଯଥେଷ୍ଟ ସମସ୍ୟାର ସମାଧାନ ହୋଇଯିବ। କାମରେ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।‌

ମିଥୁନ:ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ଆପଣଙ୍କ ବିରୋଧୀ ଆପଣଙ୍କୁ ଅଫିସ କାମରେ ମତ ମାଗିବେ। ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ। ପ୍ରେମୀ ଯୁଗଳ ବାହରକୁ ବୁଲି ଯିବେ। ‌

କର୍କଟ:ବେପାରରେ ଆଶାଜନକ ଫଳ ପାଇବେ। ସନ୍ତାନର କୌଣସି ନାକାରାତ୍ମକ ଗତିବିଧି ଜାଣି ପାରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୃହିଣୀମାନେ ରୋଷେଇ ଘରେ ବ୍ୟସ୍ତ ରହିବେ।

ସିଂହ:ଜମି ସମ୍ବନ୍ଧୀୟ କିଣାବିକାର ଯୋଜନା ହେଲେ ତା’ ଉପରେ ବିଚାର କରନ୍ତୁ। କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରି ପାରନ୍ତି। ବନ୍ଧୁ ସହିତ ଥଟ୍ଟା ମଜା ଓ ମନୋରଞନ ପାଇଁ ମଉକା ପାଇବେ।

କନ୍ୟା:କୌଣସି କାମ ଯଥାଶୀଘ୍ର କରିବା‌ରେ ଭାବନା ରଖନ୍ତୁ। ସହଜତାରେ କୌଣସି ମାମଲାର ସମାଧାନ କରନ୍ତୁ। କାର୍ କିଣିବା ଲାଗି ମନ ବଳିବ। ଛାତ୍ରଛାତ୍ରୀ ଯୋଗ୍ୟତାରୁ କୌଣସି ମହତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ।

ତୁଳା:କାମ ପାଇଁ କୌଣସି ବଡ଼ ଫଇସଲା ନେଇ ପାରନ୍ତି। ଅଧିକାରୀ ସହିତ ବ୍ୟବହାର ଭଲ ରହିବ। ଅଟକିଥିବା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା:ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବା ଯୋଗ ଅଛି। ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିବେ। ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀମାନଙ୍କର ସହଯୋଗ ପାଇବେ।

ଧନୁ:ଘର କାମରେ ଆପଣଙ୍କ ଅର୍ଥ ଲାଗିପାରେ। କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ କିଛି ସମୟ ବରିଷ୍ଠ ଓ ଅନୁଭବୀ ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ ସୂଚନା ପାଇବେ। ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ।

ମକର:ଆପଣଙ୍କ ବ୍ୟବହାରରେ ବିନମ୍ରତା ଓ ମୃଦତା ହି ଆପଣଙ୍କ ସମ୍ମାନ ଆଣିଦେବ। ପାରିବାରିକ ସମ୍ବନ୍ଧରେ ଗଭୀରତା ଓ ଆତ୍ମୀୟତା ଅନୁଭବ ହେବ। ଆପଣଙ୍କ ପାଖରେ ବହୁତ ସାରା ଦାୟିତ୍ବ ହୋଇପାରେ।

କୁମ୍ଭ:ଦାନ ପୁଣ୍ୟ କରିବାରେ ରୁଚି ବଢ଼ିବ। ଗୃହସ୍ଥ ଜୀବନରେ ସୁଖୀ ରହିବେ। ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଅଧିକତମ ଲାଭ ହେବ। ଘରେ ବୟସାଧିକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: କୌଣସି ସମସ୍ୟାକୁ ସମାଧାନ କରିବାରେ ଆପଣଙ୍କ ସହଯୋଗ ସକାରାତ୍ମକ ରହିବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଛାତ୍ରଙ୍କୁ ସାକ୍ଷାତକାରରେ ସଫଳତା ହାସଲ ହେବ।

socialtalknews

Leave a Comment