ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ବାଉଲମାଣୀ ପଞ୍ଚାୟତ ର ଅରୁନନଗର ଗ୍ରାମର ରାମଚଣ୍ଡୀ ନଦୀରେ ନିକଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ! ସେଇ ଗ୍ରାମର ପ୍ରଭାତ ମଣ୍ଡଳ ! ନଦୀରେ ଗାଧେଇବାକୁ ଯିବା ସମୟରେ ପ୍ରାୟତଃ 10ଫୁଟର କୁମ୍ଭୀର ହଟାତ୍ ତାଙ୍କୁ ଆକ୍ରମଣ କରିଥିଲା ! ପ୍ରଥମେ ତାଙ୍କ ହାତକୁ ଛିଙ୍କି ନେଇଯାଇଥିଲା ପରେପରେ ତାଙ୍କ ଗୋଡ କୁ ମଧ୍ୟ !

କିନ୍ତୁ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ସହ 10ରୁ 15 ମିନିଟ୍ ଲଢେଇ କରି ନିଜ ଜୀବନକୁ ବଞ୍ଚାଇଛନ୍ତି ପ୍ରଭାତ ! ନିଜ ଜୀବନକୁ ବଞ୍ଚାଇ ପାଣିରୁ ବାହାରିଲାପରେ ଘର ଲୋକ ମହାକାଳପଡ଼ା ର ଡାକ୍ତରଖାନାକୁ ନେଇଯାଇଥିଲେ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା! ଚିକିତ୍ସା ପରେ ପ୍ରଭାତ ସୁସ୍ଥ ଅଛନ୍ତି ବୋଲି ସେ ନିଜେ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ! ଏବଂ କୁମ୍ଭୀର ସହ ଲଢେଇ ର ଲୋମଟାଙ୍କୁରା ମୁହୂର୍ତ କୁ ମଧ୍ୟ ସେ କ୍ୟାମେରା ଆଗରେ ବଖାଣିଛନ୍ତି !