
ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନଧରିବାକୁ ତାଗିଦ୍ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ଶୁଣାଇବାକୁ ପହଞ୍ଚିଥିଲେ ପୂର୍ତ୍ତ ବିଭାଗରେ ୪୦ ବର୍ଷ ଧରି ପିଅନ କାମ କରୁଥିବା ଜଗବନ୍ଧୁ । ହାତ ଟେକା ଦରମାରେ ବର୍ଷ ବର୍ଷ ଧରି କାମ କରିଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ । ଆଜି ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଶୁଣାଇବାକୁ ପହଞ୍ଚିଯାଇଥିଲେ ଜଗବନ୍ଧୁ । ଆଉ ମୁଖ୍ୟମନ୍ତ୍ରୀ ସାମ୍ନାରେ ହିଁ ଆତ୍ମହତ୍ୟା କରିବା କଥା କହିଥିଲେ । ଆତ୍ମହତ୍ୟା କଥା ଶୁଣି ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ । ଏଭଳି ନକହିବାକୁ ଜଗବନ୍ଧୁଙ୍କୁ ବାରଣ କରିବା ସହ ଆତ୍ମହତ୍ୟା ନା ପାଟିରେ ନଧରିବାକୁ କହିଥିଲେ । ଜଗବନ୍ଧୁଙ୍କୁ ଅଭିଯୋଗର ସମାଧାନ ପାଇଁ ସରକାର ଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି
ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜ ନିଜର ସମସ୍ୟା ରଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଲୋକେ । ଏହାରି ଭିତରେ ଅଭିଯୋଗକାରୀଙ୍କ ପ୍ରତିଟି ଅଭିଯୋଗ ଶୁଣିବା ସହ ସେମାନଙ୍କୁ ବୁଝାଇଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଏମିତି କି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ।
ବିଶେଷ କରି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗର ଅନ୍ତର୍ଗତ ଅନେକ ଅଭିଯୋଗକାରୀ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ବିଶେଷ କରି ଭିନ୍ନକ୍ଷମମାନଙ୍କୁ କିଭଳି ଅଧିକ ସୁବିଧା ସୁଯୋଗ, ସାର୍ଟିଫିକେଟର ବ୍ୟବସ୍ଥା କରାଯିବା ନେଇ ଧ୍ୟାନ ଦିଆଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେପଟେ ଅଭିଯୋଗକାରୀ କହିଛନ୍ତି ଯେ, ସରକାରଙ୍କ ଉପରେ ସେମାନଙ୍କର ବିଶ୍ୱାସ ଓ ଭରସା ଅଛି ।