କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସି.ପି. ରାଧାକ୍ରିଷ୍ଣନ?

Talk Always Truth

By Social Talk Team
Published 18.08.2025

ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରିଛି ବିଜେପି l ସମସ୍ତ ଏନଡିଏର ସହଯୋଗୀ ଦଳ ମାନଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କ ପଛରେ ରହିଥିବା ବିଷୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ତାମିଲନାଡୁରେ ଜନ୍ମିତ ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ଜଡିତ ହୋଇ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ତାମିଲନାଡୁ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ତଥା କୋଏମ୍ବାଟୁର ଲୋକସଭା କ୍ଷେତ୍ରରୁ ୧୯୯୮ ଏବ୍ ୧୯୯୯ ମସିହାରେ ଦୁଇ ଥର ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି l ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମିତ ରାଧାକ୍ରିଷ୍ଣନ ପୂର୍ବରୁ ପୁଡୁଚେରୀ, ତେଲେଙ୍ଗାନା ଓ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି l ତତ୍ ସଙ୍ଗେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଭାରତରୁ ଯାଇଥିବା ସଂସଦୀୟ କମିଟିରେ ସଦସ୍ୟ ରୂପେ ଗସ୍ତ କରିଥିଲେ l
ତେବେ ବିଜେପିର ମିଶନ ତାମିଲନାଡୁର ଶୁଭାରମ୍ଭ ଗତ କିଛି ମାସ ତଳେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସି.ପି. ରାଧାକ୍ରିଷ୍ଣନ ଙ୍କୁ ଦଳ ପ୍ରାର୍ଥୀ କରି ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛି, ଯାହାକି ଶାସକ ଦଳ ଡ଼ିଏମକେ, କଂଗ୍ରେସ ଓ ବାମଦଳଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି l ପ୍ରଥମତଃ ସି.ପି. ରାଧାକ୍ରିଷ୍ଣନ ତାମିଲନାଡୁ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କୁ ଯଦି ଶାସକ ଦଳ ସମର୍ଥନ ନ ଦିଏ ତେବେ ସାଧାରଣ ଲୋକଙ୍କ ମଧ୍ୟରେ ମାଟି ପଛ ଓ ପାର୍ଟୀ ବଡ଼ର ବାର୍ତ୍ତା ଯିବ, ଯାହାକି ଡିଏମକେ ଶାସନ ବିରୋଧରେ ଥିବା ଜନ ଆକ୍ରୋଶକୁ ବଳ ଦେବ l ସେହିପରି ଯଦି ସମର୍ଥନ ମିଳେ ତେବେ ଇଣ୍ଡି ମେଣ୍ଟ ବିରୋଧୀ କାର୍ଯ୍ୟ ବୋଲି ଦଳୀୟ ସମର୍ଥକ ମାନଙ୍କ ମଧ୍ୟରେ ବାର୍ତ୍ତା ଯିବ l ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରି ବିଜେପି,ଏଆଇଡ଼ିଏମକେ ଓ ସହଯୋଗୀ ଦଳମାନଙ୍କୁ ଚେନ୍ନାଇର ସମ୍ପୂର୍ଣ୍ଣ ଅଞ୍ଚଳରେ ଦଳୀୟ ଭୋଟକୁ ସୁଦୃଢୀକରଣ କରିବାରେ ଗୋଟି ଚାଳନା କରିଛି l ଖାଲି ସେତିକି ନୁହେଁ କୁଷ୍ଠ ରୋଗର ନିରାକରଣ ପାଇଁ ରାଧାକ୍ରିଷ୍ଣନଙ୍କ ଉଦ୍ୟମ ତାମିଲନାଡୁ ବ୍ୟତୀତ ଝାଡ଼ଖଣ୍ଡ ଓ ତେଲେଙ୍ଗାନା ରାଜ୍ୟରେ ଦେଖିବାକୁ ମିଳେ l ତେଣୁ ଉଭୟ ରାଜ୍ୟରେ ଇଣ୍ଡି ମେଣ୍ଟର ସରକାର ରହିଥିବା ବେଳେ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜ୍ୟପାଳ ଭାବେ ତାଙ୍କର ସୁଖ୍ୟାତି ଆଗରେ ବିରୋଧୀ ମହା ବିକାଶ ଅଘାଡିର ଭୂମିକା ମଧ୍ଯ ଦୋ ଛକିରେ I
ଅର୍ଥାତ୍ କହିବା ସାର ହେବ ସି.ପି. ରାଧାକ୍ରିଷ୍ଣନଙ୍କୁ ବିଜେପି ପ୍ରାର୍ଥୀ କରି ଏକ ଜଟିଳ ଗଣିତ ବିରୋଧୀ ଦଳଙ୍କ ଆଗରେ ରଖିଛି l

ସୋସିଆଲ ଟକ


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page