କାଳ ହେଲା ବର୍ଷା :

Talk Always Truth

ମୌସୁମୀ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି
ଶିମଳା: ହିମାଚଳ ପ୍ରଦେଶରେ ଲଗାଣ ମୌସୁମୀ ବର୍ଷା ଜାରି ରହିଛି ଏବଂ ଏହି ଋତୁରେ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି ରାଜ୍ୟରେ ଭୀଷଣ ବର୍ଷା ବିପର୍ଯ୍ୟାୟ ଯୋଗୁ ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି ଏବଂ ଅତ୍ୟାବଶ୍ୟକ ସେବା ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ବଜ୍ରପାତ ଭଳି ପାଣିପାଗଜନିତ ଘଟଣାରେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଅବଶିଷ୍ଟ ୭୮ ଜଣ ପାଣିପାଗଜନିତ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଜୁନ୍ ୨୦ରୁ ଅଗଷ୍ଟ ୨ ମଧ୍ୟରେ ପ୍ରବଳ ମୌସୁମୀ ଗତିବିଧି ଯୋଗୁଁ ହିମାଚଳ ପ୍ରଦେଶରେ ୧୫ ଶହ କୋଟିରୁ ଅଧିକ ଟଙ୍କାର ସରକାରୀ ଓ ବେସରକାରୀ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ବାସ୍ତବ କ୍ଷୟକ୍ଷତି ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଇଛି। ଏ ବାବଦ ରିପୋର୍ଟରୁ ଜଣାପଡିଛି ଯେ ୨୭୪୩ ହେକ୍ଟର ଫସଲ ପ୍ରଭାବିତ ହୋଇଛି ଏବଂ ୬୮୦ଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରତିକୂଳ ପରିସ୍ଥିତି ଯୋଗୁଁ ୨୨,୯୦୦ରୁ ଅଧିକ ପଶୁସମ୍ପଦ ନଷ୍ଟ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଶହ ଶହ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ୪୧୧ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ବ୍ୟାପକ ଅଂଚଳରେ ଜଳ ଯୋଗାଣ ବିଚ୍ଛିନ୍ନ ହୋଇଥିବାରୁ ଲୋକଙ୍କ ସମସ୍ୟା ବଢ଼ିଛି। ଆଜି ସୁଦ୍ଧା ୧୯୬ଟି ଜଳଯୋଗାଣ ଯୋଜନା ଅଚଳ ହୋଇଯାଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page