socialtalknews

କାଇଁକି ସ୍ଥଗିତ ହେଲା ଆମରନାଥ ଯାତ୍ରା :

କାଇଁକି ସ୍ଥଗିତ ହେଲା ଆମରନାଥ ଯାତ୍ରା :

କାଇଁକି ସ୍ଥଗିତ ହେଲା ଆମରନାଥ ଯାତ୍ରା :

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୩ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।
ତେବେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରା ବେଳେ ଅଘଟଣ ଆଶଙ୍କା କରି ଯାତ୍ରାକୁ କିଛି ଦିନ ସ୍ଥଗିତ ରଖାଯାଇଛି । କାଶ୍ମୀରର ଗନ୍ଦରବଲ ଜିଲ୍ଲାର ବାଲତାଲ ରୁଟରେ କୌଣସି ଯାତ୍ରା ହେଉ ନାହିଁ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅମରନାଥ ଯାତ୍ରାକୁ କାଲି ଯାଏଁ ସ୍ଥଗିତ ରଖାଯାଇଛି । ଅମରନାଥ ଗମ୍ଫାକୁ ଯାଉଥିବା ଉଭୟ ରୁଟ- ପହଲଗାମ ଓ ବାଲତାଲ ରୁଟ ଦେଇ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏବେ ରାସ୍ତାଗୁଡ଼ିକୁ ସଫା କରାଯାଉଛି । ରାସ୍ତା ସଫା ହେବା ପରେ ପୁଣି ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି ।
ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ । ତେବେ ବର୍ଷା ଓ ଭୂସ୍ଖଳନ ପାଇଁ ଜୁଲାଇ ୧୭ରେ ଯାତ୍ରା ବନ୍ଦ ରହିଥିଲା !

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More