କାଇଁକି ଅଲୋଡ଼ା ଶିଶୁକନ୍ୟା ||

ଟିଟିଲାଗଡ଼: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଅତିକ୍ରମ କରିସାରିଛି। ଆ‌ମରି ସଭ୍ୟତା ଅତ୍ୟାଧୁନିକ ଯୁଗରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗୁଣଗାନ କରୁଥିବା ବେଳେ ଶିଶୁକନ୍ୟା ଆମ ସମାଜରେ ଅଲୋଡ଼ା ହେଉଛି ଅଥବା ଟଙ୍କା ପାଇଁ ବିକ୍ରି ହେଉଛି। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ୨୦ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି। ଶିଶୁକନ୍ୟାର ବିକ୍ରିର କାରଣ ହେଲା ଦାରିଦ୍ର୍ୟତା ବୋଲି କୁହାଯାଉଛି।
ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ ରଣା ଆର୍ଥିକ ଅଭାବ ଯୋଗୁଁ ନିଜ ଦ୍ୱିତୀୟ ଝିଅ କନ୍ୟାକୁ ବିକ୍ରି କରିଦେଇଛନ୍ତି। ଗତ ୧ ତାରିଖ ଦିନ ନଳ ରଣାଙ୍କ ସ୍ତ୍ରୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ହେଲେ ଆର୍ଥିକ ଅନାଟନ ଯୋଗୁଁ ନିଜ ଜନ୍ମ କଲା ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ।
ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ ରଣା ଆର୍ଥିକ ଅଭାବ ଯୋଗୁଁ ନିଜ ଦ୍ୱିତୀୟ ଝିଅ କନ୍ୟାକୁ ବିକ୍ରି କରିଦେଇଛନ୍ତି। ଗତ ୧ ତାରିଖ ଦିନ ନଳ ରଣାଙ୍କ ସ୍ତ୍ରୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ହେଲେ ଆର୍ଥିକ ଅନାଟନ ଯୋଗୁଁ ନିଜ ଜନ୍ମ କଲା ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ। ବରଗଡ଼ ଜିଲ୍ଲା ସେ ପାଇକମାଲର ଏକ ବ୍ୟକ୍ତିକୁ ବିକ୍ରି କରିଥିବା କୁହାଯାଉଛି।
ପୂର୍ବ ସରକାର ଥିବା ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ପାଇ ଆସୁଥିଲେ l ଯେଉଁଠି ପରିବାର କଷ୍ଟେ ମଷ୍ଟେ ଦୁଇ ବେଳା ଖାଇବାକୁ ପାଉଥିଲା l ହେଲେ ସରକାର ବଦଳିବା ପରେ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ନିଲ ରଣା ବାଦ ପଡ଼ିଥିଲେ l ଘର କହିଲେ ଏକମାତ୍ର ଝାଟିମାଟିରେ ତିଆରି ଘର l କେଉଁ ମୁହୂର୍ତ୍ତରେ ଘର ଭୁଶୁଡି ପଡ଼ିବ କହିବା ମୁସ୍କିଲl ନା ପକ୍କା ଘର ଯୋଜନାରେ ସାମିଲ ହୋଇଛନ୍ତି ଆଉ ନା ରାସନକାର୍ଡ ରହିଛିl ନା ଲେବର କାର୍ଡ ରହିଛି ନା ଜବ କାର୍ଡl ସରକାରୀ ଯୋଜନା ତାଙ୍କ ପାଇଁ ସତେ ଯେମିତି ସାତ ସପନ ପାଲଟିଛିl

Leave a Reply

Your email address will not be published. Required fields are marked *

You cannot copy content of this page