କଥା ଦେଇ କଥା ରଖିଲି :

ମୋଦୀ ବାରଣାସୀ ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ସାରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ‘‘ଆଜି ମୁଁ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କାଶୀ ଆସିଛି। ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସେମାନଙ୍କ ପରିବାରର ସେହି ପିଲାମାନେ ଓ ଝିଅମାନଙ୍କ ଯନ୍ତ୍ରଣା ଦେଖି ମୋର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଗଲା। ତା’ପରେ ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଥିଲି ଯେ ତାଙ୍କୁ ଏହି ଯନ୍ତ୍ରଣା ସହ୍ୟ କରିବାର ଶକ୍ତି ଦିଅନ୍ତୁ। ମହାଦେବଙ୍କ କୃପାରୁ ମୁଁ ଯାହା ବଚନ ଦେଇଥିଲି ତାହାକୁ ପୂରା କରିପାରିଲି।’’
‘‘ବନ୍ଧୁଗଣ, ଆଜିକାଲି ଯେତେବେଳେ ଆମେ ଶିବ ଭକ୍ତମାନଙ୍କ ଦ୍ୱାରା ଗଙ୍ଗା ଜଳ କାଶୀକୁ ନେବାର ଫଟୋ ଦେଖିବାର ସୁଯୋଗ ପାଉଛୁ ଏବଂ ବିଶେଷକରି ଯେତେବେଳେ ଆମର ଯାଦବ ଭାଇମାନେ ବାବାଙ୍କ ଜଳାଭିଷେକ କରିବାକୁ ଯାଉଛନ୍ତି ତ ସେ ଦୃଶ୍ୟ ମୋତେ ବହୁତ ମନୋରମ ଲାଗୁଛି ’’ ବୋଲି ମୋଦୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବାରଣାସୀରୁ ଦେଶର ଚାଷୀଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ପିଏମ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ପଠାଇଲେ ମୋଦୀ । ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା । ମୋଟ ୯ କୋଟି ୭୦ ଲକ୍ଷ ଚାଷୀ ଏଥିରେ ହେବେ ଉପକୃତ । ଓଡିଶାର ୩୪ ଲକ୍ଷ ୮୫ ହଜାର ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ଟଙ୍କା ।

Leave a Reply

Your email address will not be published. Required fields are marked *

You cannot copy content of this page