କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ, ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି :

Talk Always Truth

By -SUBHASMITA ସେପ୍ଟେମ୍ବର 23 2025
ରାଜଧାନୀବାସୀଙ୍କ ଆଶା-ଆକାଙ୍କ୍ଷା ସହିତ ଜଡିତ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ପ୍ରକଳ୍ପଟି ଏବେ ସରକାରଙ୍କ ପରୀକ୍ଷାଧୀନ ରହିଛି ଏବଂ ଏହାକୁ ଆଗେଇ ନେବା ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି ।
କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେଲାପରେ ସରକାର ଅନ୍ତିମ ସିଦ୍ଧାନ୍ତ ନେବାକୁ ପଦକ୍ଷେପ ନେବ । ମନ୍ତ୍ରୀ ଅଧିକ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ କେବଳ ୨୦୨୪ ଜୁନ ୧୨ ପରେ ୨୫୨.୦୫ କୋଟି ଟଙ୍କା ମୁକ୍ତି କରାଯାଇଛି
ଏହି ସ୍ପଷ୍ଟୋକ୍ତି ସହ ରାଜଧାନୀ ଏବଂ କଟକର ଲୋକମାନଙ୍କରେ ପୁଣିଥରେ ମେଟ୍ରୋ ସ୍ୱପ୍ନ ପ୍ରତି ଆଶା ଜଗିଉଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page