ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କପାଇଁ ଅଧିକ ଜରୁରୀ ଥିଲା ଓଡିଶା ଆସିବା | ଏକଥା ବି କହିଛନ୍ତି ମୋଦି ଯେମିତି ମହାପ୍ରଭୁ ମୋତେ ଟାଣି ଆଣିଛନ୍ତି ଏଠାକୁ |
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ କାନାଡ଼ା ଗସ୍ତରେ ଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ୱାସିଂଟନ ଆସିବାକୁ ସାଦର ନିମନ୍ତ୍ରଣ କରିଥିଲେ । କାନାଡା ଆସିଛନ୍ତି, ୱାସିଂଟନ ହୋଇ ଯିବେ । ସାଙ୍ଗ ହୋଇ ଖାଇବା, କଥା ହେବା କହିଥିଲେ । ହେଲେ ଓଡ଼ିଶା ଆସିବାର ଥିଲା ବୋଲି ମୁଁ ଟ୍ରମ୍ପଙ୍କୁ ମନା କଲି । ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ବୋଲି ତାଙ୍କୁ କହିଲି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମୋଦି ।