By –SUBHASMITA ସେପ୍ଟେମ୍ବର 25 2025
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଓ ପ୍ରବଳ ବର୍ଷାରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଆଶଙ୍କା ବଢ଼ିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ, ମହାନଦୀର ମୁଣ୍ଡୁଳୀରେ ୨୭ ସେପ୍ଟେମ୍ବର ସକାଳରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବାର ସମ୍ଭାବନା ରହିଛି।
ଫଳରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ହେବ। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ କ୍ଷେତ୍ର ଅଧିକାରୀମାନେ ପ୍ରସ୍ତୁତ ଅଛନ୍ତି।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ରାସ୍ତା ଗୋଟିଏ ପାର୍ଶ୍ଵ ଧୋଇଯାଇଛି, ନୂଆପଡ଼ା ସିନାପାଲି ବ୍ଲକର ଘର ଭୁଶୁଡ଼ି ଗଲା। ଆସନ୍ତା ୨୪-୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବା ବନ୍ଦ ରହିବ ଓ ସମସ୍ତଙ୍କୁ ବିଜୁଳି ଓ ପ୍ରବଳ ବର୍ଷା ପାଇଁ ସତର୍କ କରାଯାଇଛି।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ଓ ପ୍ରସ୍ତୁତ ରହିବା ଦରକାର।
Socialtalknews