By- SUBHASMITA ସେପ୍ଟେମ୍ବର 29 2025
ମୁମ୍ବାଇ: ପାକିସ୍ତାନକୁ ଫାଇନାଲରେ ହରାଇ ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଥିବା ଟିମ୍ ଇଣ୍ଡିଆଙ୍କୁ ପୁରସ୍କାର ବର୍ଷା କରିଛି BCCI । ବୋର୍ଡ ପକ୍ଷରୁ ସମଗ୍ର ସ୍କ୍ୱାଡ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।
ଦୁବାଇରେ ଆୟୋଜିତ ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ୧୪୬ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତୀୟ ବୋଲରମାନଙ୍କ ମଧ୍ୟରୁ କୁଲଦୀପ ଯାଦବ ୪ଟି, ବୁମରାହ, ଚକ୍ରବର୍ତ୍ତୀ ଓ ଅକ୍ଷର ୨ଟି କରି ବିକେଟ୍ ନେଇଥିଲେ । ଟାର୍ଗେଟ ଚେଇସ୍ କରିବାକୁ ନେମିଥିବା ଟିମ୍ ଇଣ୍ଡିଆ ପାଓରପ୍ଲେରେ ୩ଟି ମୁହୂର୍ତ୍ତରେ ବିକେଟ୍ ହରାଇଥିଲେ, କିନ୍ତୁ ସଞ୍ଜୁ ସାମସନ, ଶିଭମ ଦୁବେ ଓ ତିଳକ ବର୍ମାଙ୍କ ଦୃଢ ପାଳିରେ ୧୯.୪ ଓଭରରେ ଲକ୍ଷ୍ୟକୁ ହାସଲ କରିଥିଲେ ।
ଟ୍ରଫି ଜିତିବା ପରେ ସମଗ୍ର ଦେଶରେ ଆନନ୍ଦର ମାହୋଲ ଦେଖାଯାଇଥିବା ବେଳେ, BCCI ର ୨୧ କୋଟି ଟଙ୍କା ପୁରସ୍କାର ଘୋଷଣା ଦଳକୁ ଆହୁରି ଖୁସି ଭରାଇଦେଇଛି ।
Socialtalknews