୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ଭାରତ-ପାକ୍ ଭିତରେ ଉତ୍ତେଜନା ବଢିଛି । ସେଥିପାଇଁ ଭାରତରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । କିନ୍ତୁ ବିବାଦ ଅଧିକ ବଢିବା ପୂର୍ବ ଫିଲ୍ମର ମେକର୍ସ ସ୍ପଷ୍ଟୀକରଣ ରଖିଛନ୍ତି । ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ପାକିସ୍ତାନ ଅଭିନେତ୍ରୀଙ୍କ ସହ ଏବେ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ ରିଲିଜ ପାଇଁ ରେଡ୍ ସିଗନାଲ ମିଳିଛି ।ଆକ୍ଟର ଓ ସିଙ୍ଗର ଦିଲଜିତଙ୍କ ଫିଲ୍ମ ସର୍ଦ୍ଦାର ଜି ଥ୍ରୀର ଟ୍ରେଲର ରବିବାର ରାତିରେ ରିଲିଜ ହୋଇଛି । ଫିଲ୍ମର ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିର ନଜର ଆସିଛନ୍ତି । ଯାହା ପରଠୁ ବିବାଦ ଆରମ୍ଭ ହୋଇଛି । ଭାରତରେ ପାକିସ୍ତାନ ଅଭିନତା ଓ ଅଭିନେତ୍ରୀଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । ଏହା ସତ୍ତ୍ବେ ହାନିୟା ଆମିରଙ୍କୁ ପଞ୍ଜାବୀ ଫିଲ୍ମରେ ଦେଖି ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ।

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||
ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ