socialtalknews

ଏବେ ଝାଡ଼ପଡା ଜେଲ ରେ ଜଗନ୍ନାଥ ପ୍ରଧାନ

ଏବେ ଝାଡ଼ପଡା ଜେଲ ରେ ଜଗନ୍ନାଥ ପ୍ରଧାନ

ଏବେ ଝାଡ଼ପଡା ଜେଲ ରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ଏବେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ଗତକାଲି ରାତିରେ ସେ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ, ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ।

ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ଏହି ମାମଲାକୁ ସେସନ୍ସ କୋର୍ଟରେ ଉପସ୍ଥାପନ କରାଯିବ। କୋର୍ଟ ବାହାରେ ଜଗନ୍ନାଥଙ୍କ ଶହ ଶହ ସମର୍ଥକଙ୍କ ଭିଡ଼ ଦେଖାଦେଇଥିଲା, ଏବଂ ଝାରପଡ଼ା ଜେଲ ଫାଟକ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଏହି ଘଟଣା ଉପରେ ଭୁବନେଶ୍ୱର ଡିସିପି ପୋଲିସ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ଏହି ମାମଲାର ଆଗକୁ ପରବର୍ତ୍ତୀ ଶୁଣାଣି ଓ ସେସନ୍ସ କୋର୍ଟରେ ହେବାକୁ ଥିବା ବିଚାର ଉପରେ ସମସ୍ତଙ୍କ ନଜର ରହିଛି।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More