socialtalknews

ଏକାସାଙ୍ଗରେ ଚାଲିଗଲା ତିନି ଭାଇ ଙ୍କ ଜୀବନ

ଏକାସାଙ୍ଗରେ ଚାଲିଗଲା ତିନି ଭାଇ ଙ୍କ ଜୀବନ

ଏକାସାଙ୍ଗରେ ଚାଲିଗଲା ତିନି ଭାଇ ଙ୍କ ଜୀବନ

ଏକାସାଙ୍ଗରେ ଚାଲିଗଲା ୩ ଭାଇ ଙ୍କ ଜୀବନ ଅଧର୍ଯ୍ୟ ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ଘର । ସମସ୍ତଙ୍କ ଆଖିରେ ଝରିପଡ଼ୁଛି ଲୁହ ଆଉ ଛାତିରେ କୋହ । ଗୋଟେ ପଟେ ହରିନାମ ଶବ୍ଦକୁ ଆରପଟେ ତିନି ଭାଇ ଙ୍କ ମୃତଦେହକୁ ଧରି ଆଗେଇ ଚାଲିଥାନ୍ତି ଗାଁ ଭାଇ । ଏମିତି ଘଟଣା କେବେବି ଦେଖିନଥିବେ । ହଁ ଆଜ୍ଞା

ହଁ ଆଜ୍ଞା ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ । ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ତିନି ଭାଇଙ୍କର ହୋଇଛି ଅକାଳ ବିୟୋଗ । ଯାହା ଖବର ମିଳିଛି, କୌଣସି କାମ ପାଇଁ ତିିନି ଭାଇ କାରରେ ପୁଫୁଗାଁ ଯାଉଥିଲେ । ଖୁବ୍ ହସ ଖୁସିରେ ଯାତ୍ରା ଆରମ୍ଭ କରିଥିଲେ ଏମାନେ । ହେଲେ କିଏ ଜାଣିଥିଲା ଏମାନଙ୍କ ଖୁସି ବେଶି ସମୟ ରହିବ ନାହିଁ ବୋଲି । ତେବେ ଗାଡିରେ ଯାଉଥିବାବେଳେ ଡାଇନିଗୁଡା ନିକଟରେ ଭାରସାମ୍ୟ ହରାଇ ଗାଡିଟି ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଭ୍କର ଥିଲା ଯେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସତରେ ଏ ବିଧାତାର ଖେଳ କେତେ ବିଚିତ୍ର । ଜୁଇରେ ଏକାଠି ଜଳିଲା ପରିବାରର ୩ଟା ଭେଣ୍ଡିଆ ପୁଅଙ୍କ ମୃତଦେହ । ଯାହାକୁ ନେଇ ପୁରା ଗାଁ ସ୍ତବ୍ଧ । ପୁରା ଶୋକାକୂଳ ପରିବେଶରେ ସମାପନ ହେଇଛି ସମସ୍ତଙ୍କ ଶେଷକୃତ୍ୟ । ଗାଁ ଲୋକଙ୍କ କାନ୍ଧରେ ମଶାଣି ଯିବାଠାରୁ ଆରମ୍ଭ କରି ଶେଷକୃତ୍ୟ ପର୍ଯ୍ୟନ୍ତ କାହା ଆଖିରୁ ଲୁହ ଶୁଖୁନଥିଲା ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More