ଏକାଧିକ ସେନା ଯବାନ ନିଖୋଜ :

Talk Always Truth

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ ନିକଟସ୍ଥ ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଥିବା ଜଣାପଡ଼ିଛି। ତେବେ ନିଜ ସୈନିକମାନେ ନିଖୋଜ ଥାଇ ମଧ୍ୟ ଭାରତୀୟ ସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି।
ଏହି ବାଦଲ ଫଚା ବର୍ଷା ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ଧରାଲୀ ଗାଁ ନିକଟ ହର୍ଷିଲରେ ଘଟିଥିଲା। ଯାହା ଗଙ୍ଗୋତ୍ରୀ ଯାତ୍ରା ପଥରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୋଇଥାଏ। ଏହି ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୫-୨୦ଟି ଘର, ହୋଟେଲ ଓ ଦୋକାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page