ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ,ସାଂସଦମାନଙ୍କ ଭିଡ଼,ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

Talk Always Truth

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ ସର୍ବୋଚ୍ଚ ସଂବିଧାନିକ ପଦବୀ ଉପରାଷ୍ଟ୍ରପତି ପାଇଁ ଆଜି ନିର୍ବାଚନୀ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନିଜ ଭୋଟ ଅଧିକାର ପ୍ରୟୋଗ କରିଛନ୍ତି । ସେପରି, ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଧ୍ୟ ପାଳେ ପାଳେ ଭୋଟ ଦେଉଛନ୍ତି ।
ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବାବେଳେ, ବିପକ୍ଷ ଇଣ୍ଡିଆ ମେଣ୍ଟ ମିଳିତ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଏହି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ଗଠିତ ହୋଇଛି, ଯେଉଁଥିରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ ସାଂସଦ (ମୋଟ ୭୮୧) ଭୋଟ ଦେବେ । କିନ୍ତୁ ବିଜେଡି ଓ ବିଆରଏସ ଏହି ଭୋଟିଂରୁ ବିରତ ଘୋଷଣା କରିଥିବାରୁ, ପ୍ରତିସ୍ପର୍ଦ୍ଧାର ଗଣିତରେ ପରିବର୍ତ୍ତନ ଆସିଛି ।
ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଅତିକମରେ ୩୮୬ଟି ଭୋଟ ହାସଲ କରିବା ଆବଶ୍ୟକ ହେବ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page