ଉପରାଷ୍ଟ୍ରପତି ଧନଖଡ଼ଙ୍କ ଇସ୍ତଫା :

ନୂଆଦିଲ୍ଲୀ, ୨୧୭(ଜଗଦୀପ ଧନଖଡ଼ (୭୪) ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କଥା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖୁଛନ୍ତି ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍କତି ନେଇଛନ୍ତି ! ଏବଂ ଦେଶର ମହାନ ଗଣତନ୍ତ୍ର ରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି! ନିଜ କାର୍ଯ୍ୟକାଳରେ ବହୁତ କିଛି ଶିଖିବାକୁ ପାଇଥିବା କହିଛନ୍ତି ଧନଖଡ଼! ସମ୍ବିଧାନର ଧାରା ୬୭(ଏ) ଅନୁଯାୟୀ ସେ ପଦକ୍ଷେପ ନେଇଛନ୍ତି। ସମ୍ବିଧାନ ଅନୁସାରେ, ଏବେ ଆଗାମୀ ୬୦ ଦିନ ଭିତରେ ଉପରାଷ୍ଟ୍ରପତି ପଦ ଲାଗି ଔପଚାରିକ ଭାବେ ନିର୍ବାଚନ କରାଯିବ । ରାଜ୍ୟସଭାର ଉପାଧ୍ଯକ୍ଷ ହରିବଂଶ ନାରାୟଣ ସିଂ ଅତିରିକ୍ତ ଭାବେ ଉପରାଷ୍ଟ୍ରପତିକ ଦାୟିତ୍ଵ ତୁଲାଇବେ ବୋଲି ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଇସ୍ତଫା |ଏହି ପ୍ରତିଷ୍ଠିତ ପଦ ଛାଡ଼ିବା ସମୟରେ ଭାରତର ବୈକ୍ଷିକ ଉତ୍‌ଥାନ ଏବଂ ଅଭୂତ ଉପଲବ୍ଧି ତାଙ୍କୁ ଗର୍ବିତ କରିଛି। ଦେଶର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page