ଇରାନ ରୁ କେମିତି ଫେରିବେ ୧୦୦୦୦ ଭାରତୀୟ

Talk Always Truth

ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି।

ନୂଆଦିଲ୍ଲୀ: ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ଭାରତର ଅନୁରୋଧର ଜବାବ ଦେଇ ଇରାନ କହିଛି ଯେ ଯେହେତୁ ସେ ତା’ର ଆକାଶପଥ ବନ୍ଦ କରିଦେଇଛି, ତେଣୁ ଛାତ୍ରଛାତ୍ରୀମାନେ ସ୍ଥଳପଥ ଦେଇ ଅଜରବୈଜାନ, ତୁର୍କମେନିସ୍ତାନ ଓ ଆଫଗାନିସ୍ତାନରେ ପ୍ରବେଶ କରିପାରିବେ। ଏହା ପୂର୍ବରୁ ତେହରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସେମାନେ ନିରନ୍ତର ସୁରକ୍ଷା ସ୍ଥିତି ଉପରେ ନଜର ରଖିଛନ୍ତି। କେତେକ କ୍ଷେତ୍ରରେ ଦୂତାବାସ ଛାତ୍ରଛାତ୍ରୀଙ୍କୁ ଇରାନ ଭିତରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି। ସେପଟେ ତେହରାନ ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନ୍ସର ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଛାତ୍ରାବାସ ନିକଟରେ ଗତକାଲି ରାତିରେ ଆକ୍ରମଣ ହୋଇଛି। ଏଥିରେ କାଶ୍ମୀରର ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଇରାନରେ ଫସି ରହିଥିବା ଅନେକ ଭାରତୀୟ ଛାତ୍ର ଭାରତୀୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ଫସି ରହିଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏମ୍‌ବିବିଏସ୍‌ର ୨୨ ବର୍ଷୀୟ ଛାତ୍ର ଇମତିସାଲ ମୋହିଦିନ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ସେମାନେ ତିନି ଦିନ ହେଲା ଶୋଇ ନାହାନ୍ତି। ଜମ୍ମୁ-କାଶ୍ମୀରର ହନ୍ଦୱାଡାର ବାସିନ୍ଦା ଇମତିସାଲ ତେହେରାନର ସହିଦ ବେହେଶତି ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି, ଯେଉଁଠାରେ ବର୍ତ୍ତମାନ ୩୫୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଇମତିସାଲ କହିଛନ୍ତି, ଆମେ ଆମ ଆପାର୍ଟମେଣ୍ଟ


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page