socialtalknews

ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ବେଳେ ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି

ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ବେଳେ ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି

ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ବେଳେ ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି

ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ ।  ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।

ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବିମାନକୁ ନେଇ ଅଘଟଣର ଖବର । କେଉଁଠି ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଗେଟ୍ ବନ୍ଦ ହୋଇଯାଉଛି । ବିମାନକୁ ନେଇ ଏମିତି ଖବର ଆସୁଥିବାରୁ ଯାତ୍ରୀମାନେ ଭୟଭୀତ ଅଛନ୍ତି ।

ସେପଟେ ଗତ ମଙ୍ଗଳବାର ଦିନ ନାଗପୁରରେ ମଧ୍ୟ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More